• Home
  • Entertainment
  • ରେଡ୍‌ ସିନେମାରେ ଏକାଠି ନଜର ଆସିବେ ଏହି ଯୋଡି
Entertainment

ରେଡ୍‌ ସିନେମାରେ ଏକାଠି ନଜର ଆସିବେ ଏହି ଯୋଡି

ଅଜୟ ଦେବଗନ୍‌ ଓ ଇଲିଆନାଙ୍କ ନୂଆ ସିନେମା ରେଡ୍‌

ବଲିଉଡର ପ୍ରତିଭାବାନ୍‌ ଅଭିନେତା ଅଜୟ ଦେବଗନ୍‌ ଏବେ ଏକ ନୂଆ ସିନେମାରେ ଆସୁଛନ୍ତି। ଏହା ହେଲା ‘ ରେଡ୍‌’ । ଏଥିରେ ଅଜୟ ଦେବଗନ୍‌ଙ୍କ ବିପକ୍ଷରେ ନଜର ଆସିବେ ଇଲିଆନା ଡିକ୍ରୁଜ୍‌ । ଏହା ଏହି ଯୋଡିଙ୍କର ଦ୍ୱିତୀୟ ସିନେମା। ‘ରେଡ୍‌’ର ସ୍କ୍ରିପ୍ଟ ଲେଖିଛନ୍ତି ‘ପିଙ୍କ୍‌’ ଫେମ୍‌ ରିତେଶ ଶାହା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ନୋ ଓ୍ଵାନ୍‌ କିଲ୍‌ଡ ଜେସିକା’ ଭଳି ସତ୍ୟ ଘଟଣା ଆଧାରିତ ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା ।

‘ରେଡ୍‌’ର କଥାବସ୍ତୁ ଉତ୍ତର ପ୍ରଦେଶରେ ଲକ୍ଷ୍ନୌଠାରେ ୧୯୮୧ ମସିହାରେ ହୋଇଥିବା ଆୟକର ବିଭାଗର ଏକ ବଡ଼ ଚଢାଉ ପ୍ରସଙ୍ଗ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ୍‌ ଜଣେ କର୍ତ୍ତବ୍ୟନିଷ୍ଠ ଭାରତୀୟ ରାଜସ୍ୱ ସେବା ( ଆଇ ଆର ଏସ୍‌) ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ସେ ଏହି ରେଡ୍‌ ସମୟରେ ଘରୁ ୪୨୦ କୋଟି ଟଙ୍କା ଜବତ କରିଥିଲେ ।

ଏଥିରେ ସୌରଭ ଶୁକ୍ଳା ଅଛନ୍ତି ନେଗେଟିଭ୍‌ ରୋଲରେ। ଅଜୟ ଦେବଗନ୍‌ଙ୍କ ପୂର୍ବ ସିନେମା ‘ଗୋଲମାଲ ଏଗେନ୍‌’ ୨୦୦ କୋଟି ଟଙ୍କାର ଆୟ କରିଥିଲା । ଏବେ ଦେଖିବା କଥା ‘ରେଡ୍‌’ କେତେ ଆୟ କରୁଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇ ସାରିଛି ଏବଂ ଏହା ଆଗାମୀ ମାର୍ଚ୍ଚ ୧୬ ତାରିଖରେ ମୁକ୍ତିଲାଭ କରିବ।
ରେଡ୍‌ ସିନେମାରେ ଏକାଠି ନଜର ଆସିବେ ଏହି ଯୋଡି Ajaya and iliana 1
ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ

Related posts

ଆଜି ପରଦାରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ ‘ଯୋଗୀ’

Krishna Kumar Manoj

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି

Krishna Kumar Manoj

Ume productions new upcoming movie “Feel My Dil”

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More