News

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଧମକ: “ଦେଶ ପୁଲ୍‌ୱାମା ଘଟଣା ଭୁଲିନି, ପୁଣି ନିଆଯିବ ପ୍ରତିଶୋଧ”

ପାକିସ୍ଥାଙ୍କୁ ଧମକାଇଲେ ଅଜିତ ଡୋଭାଲ କହିଲେ ଭାରତ ପୁଲୱାମା ଘଟଣାକୁ ଭୁଲିନି ପୁଣିଥରେ ନିଆଯିବ ପ୍ରତିଶୋଧ….

୮୦ତମ ସିଆରପିଏଫ୍‌ ବାର୍ଷିକ ଦିବସ ଉପଲକ୍ଷେ ମଙ୍ଗଳବାର ଉଦ୍‌ବୋଧନ ଦେଇଥିଲେ  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ ପୁଣି ଧମକାଇଛନ୍ତି ଅଜିତ ଡୋଭାଲ। ଭାରତ ସିଆରପିଏଫ୍‌ ଯବାନଙ୍କ ଉପରେ ପୁଲ୍‌ୱାମାଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣକୁ କେବେ ମଧ୍ୟ ଭୁଲିବ ନାହିଁ। ସଠିକ ସମୟ ଓ ଠିକଣାରେ ଜବାବ ଦେବ ଭାରତ। ଗୁରୁଗ୍ରାମଠାରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, “ଯେତେବେଳେ ମଧ୍ୟ ଆମେ ବୈଠକ କରୁ ଏବଂ କେତେ ବ୍ୟାଟାଲିଅନ୍‌ କେଉଁଠାକୁ ପଠାଇବାକୁ ଆଲୋଚନା କରୁ, ଆମେ ସବୁ ସମୟରେ କହୁ ସିଆରପିଏଫ୍‌ଙ୍କୁ ପଠାଯାଉ, କାରଣ ସେମାନେ ବିଶ୍ୱାସଯୋଗ୍ୟ ଏବଂ ସେମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ।”

ବର୍ତ୍ତମାନ ଏନ୍‌ଡିଏ.  ଅଜିତ ଡୋଭାଲଙ୍କ ଧମକରୁ ସ୍ପଷ୍ଟ ହୋଇଯାଇଛି ଭାରତ ପୁଣି ସୀମାରେ ଗର୍ଜନ କରିବ। ପୁଲ୍‌ୱାମା ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଏବଂ ଏହାର ମୁଖ୍ୟ ମାସୁଦ୍‌ ଆଝାରକୁ ସୁରକ୍ଷା ଦେଉଥିବା ପାକିସ୍ତାନ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ।
ପଢନ୍ତୁ: ବାଲୁକାକଳାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

Related posts

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ – ମୁଖ୍ୟମନ୍ତ୍ରୀ କହିଲେ ମନର କଥା

ENO Beuro

ଭାରତୀୟ ସେନାର ସତର୍କବାଣୀ :ଚୀନ ହ୍ୟାକର୍ସଙ୍କ ଟାର୍ଗେଟରେ ହ୍ଵାଟ୍‌ସଆପ୍‌ ୟୁଜର୍ସ

ENO Beuro

ଟ୍ରେଡ ୟୁନିୟନ ପକ୍ଷରୁ : ବାଲେଶ୍ୱରରେ ୧୨ ଘଂଟିଆ ବନ୍ଦ ଡାକରା

ENO Beuro

Leave a Comment