News SPORTS

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

india

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର(୭୭)ଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସଫଳ ଅଧିନାୟକଙ୍କ ମଧ୍ୟରେ ତାଙ୍କୁ ଗଣତି କରାଯାଇଥାଏ। ଅଜିତ ୱାଡେକର ହେଉଛନ୍ତି ଭାରତର କିଛି ସଫଳଙ୍କ ଭିତରେ ଅନ୍ୟତମ ଅଧିନାୟକ । ୧୯୪୧, ଏପ୍ରିଲ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ରେ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ।

india

ଭାରତ ପାଇଁ ସେ ୩୭ ଟି ଟେଷ୍ଟ ଓ ୨ ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ୨ ହଜାର ୧୧୩ ରନ୍ କରିଥିବା ବେଳେ ୧ଟି ଶତକ, ୧୪ ଟି ଅର୍ଦ୍ଧଶତକ କରିଛନ୍ତି । ୧୯୭୧ ମସିହାରେ ସେ ଭାରତୀୟ ଦଳର କ୍ୟାପଟେନ୍ ଦାୟିତ୍ବ ତୁଲାଇଥିଲେ । ସେହି ବର୍ଷ ଭାରତ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍ ବିଜୟ ଲାଭ କରି ନୂଆ ଇତିହାସ ରଚିଥିଲା । ତାଙ୍କ ବିୟୋଗରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

ପଢନ୍ତୁ;ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Related posts

ସୁପ୍ରିମ୍‌କୋର୍ଟ: ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ

ENO Beuro

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ

ENO Beuro

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

ENO Beuro

Leave a Comment