News

ଅଯୋଧ୍ୟା-ବାବ୍ରୀ ବିବାଦ: ସୁପ୍ରିମକୋର୍ଟ ନିଯୁକ୍ତ କଲେ ମଧ୍ୟସ୍ଥି

ayodha-babri contoversy

ପ୍ରାୟ ୬ ଦଶନ୍ଧି ଧରି ଚାଲିଆସିଥିବା ବିବାଦର ସମାଧାନ ମଧ୍ୟସ୍ଥ   ଜରିଆରେ କରାଯିବାର ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ।  ଅଯୋଧ୍ୟର ବିବାଦୀୟ ରାମ ଜନ୍ମଭୂମି- ବାବ୍ରୀ ମସ୍ଜିଦ ମାମାଲା କେବେଠୁ ରହିଆସିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ  ୩ ଜଣିଆ ମଧ୍ୟସ୍ଥି ମଣ୍ଡଳୀ ନିଯୁକ୍ତ କରିଛନ୍ତି । ଜଷ୍ଟିସ ଇବ୍ରାହିମ ଖଲିଫଉଲ୍ଲା, ଶ୍ରୀଶ୍ରୀ ରବିଶଙ୍କର, ଶ୍ରୀରାମ ପାଂଚୁଙ୍କୁ ମଧ୍ୟସ୍ଥି ଭାବେ ଦାୟିତ୍ୱ ଦିଆଯାଇଛି । ସପ୍ତାହେ  ମଧ୍ୟରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ ଏସ ବୋବଡେ଼, ଡିୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଓ ଏସ ଏ ନଜିର ସଭ୍ୟ ଅଛନ୍ତି । ପୂର୍ବରୁ ଖଣ୍ଡପୀଠ ସମ୍ଭାବ୍ୟ ମଧ୍ୟସ୍ଥିଙ୍କ ନାମ ଆହ୍ୱାନ କରିଥିଲେ । ନିର୍ମୋହି ଆଖଡ଼ା ପକ୍ଷରୁ ଅବରସପ୍ରାପ୍ତ ଜଷ୍ଟିସ କୁରିଏନ ଜୋସେଫ, ଏକେ ପଟ୍ଟନାୟକ ଓ ଜିଏସ ସିଂହଭୀଙ୍କ ନାମ ଦିଆଯାଇଥିଲା । ସ୍ୱାମୀ ଚକ୍ରପାଣିଙ୍କ ହିନ୍ଦୁ ମହାସଭା ପକ୍ଷରୁ ପୂର୍ବତନ ବିଚାରପତି ଜେଏସ ଖେହର, ଦୀପକ ମିଶ୍ର ଓ ଏକେ ପଟ୍ଟନାୟକଙ୍କ ନାମ ଦିଆଯାଇଥିଲା । ସେହିପରି ଅଯୋଧ୍ୟା ମାମଲା ୧୫ ଶହ ବର୍ଗଫୁଟ ଜମି ମଧ୍ୟରେ ସୀମିତ ନାହିଁ, ଏଥିରେ ଧାର୍ମିକ ଭାବନା ମଧ୍ୟ ଜଡ଼ିତ ରହିଛି ବୋଲି ପୂର୍ବରୁ କୋର୍ଟ କହିଥିଲେ ।

ତେବେ ଏହି ମଧ୍ୟସ୍ଥି ପ୍ରକ୍ରିୟାରେ ଗଣମାଧ୍ୟମଗୁଡ଼ିକ କୌଣସି ରିପୋର୍ଟ  ପରିବେଷଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଡ଼ା ନିର୍ଦେଶ ଦେଇଛନ୍ତି ।
ପଢନ୍ତୁ: ଅଭିନନ୍ଦନଙ୍କୁ ପରମବୀର ଚକ୍ର ଦେବାଲାଗି ଦାବି କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

Related posts

ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା

ENO Beuro

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ପିସି ଘୋଷ

ENO Beuro

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

ENO Beuro

Leave a Comment