LIFESTYLE

ଜୁଆଣିରେ ପେଟ-ତ୍ଵଚା-କେଶର ଯତ୍ନ

ଆୟୁର୍ବେଦରେ ଜୁଆଣୀ ଏକ ଗୁରୁତ୍ବପୂର୍ଣ ଔଷଧ । ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ପାଇଁ ଗ୍ୟାସ, ପେଟ ଦରଜ, ଥଣ୍ଡା ଆଦି ରୋଗର ନିରାକରଣ ପାଇଁ  ଏହା ଘରେ ଘରେ ବ୍ୟବହାର କରାଯାଏ। ଜୁଆଣିକୁ ଭଜୀ ୨ ଗ୍ରାମ ଲେଖାଏଁ ୧୫-୨୦ ଦିନ ଖାଇଲେ ଥଣ୍ଡାରୁ ଉପଶମ ମିଳେ। ମୁଣ୍ଡ ବିନ୍ଧା, ମାଇଗ୍ରେନ ଏବଂ ଥଣ୍ଡା କାସ ସମୟରେ ଜୁଆଣିକୁ ଗୁଣ୍ଡ କରି ଶୁଙ୍ଘିଲେ ଲାଭ ମିଳେ। ହାଲକ ଉଷୁମ ପାଣି ସହ ଜୁଆଣିକୁ ଚୋବାଇ ଖାଇଲେ କଫ  ଦୂର ହୁଏ।

ଶ୍ଵାସ ସମସ୍ୟାରେ ମଧ୍ୟ ବିଶେଷ ଫଳପ୍ରଦ। ମଦ୍ୟପାନ  ଛାଡିବା ପାଇଁ ଏହା ବ୍ୟବହୃତ ହୁଏ। ଜୁଆଣିକୁ ମହୁ ଓ ଭିନେଗରରେ ସହ ମିଶେଇ ୧୦ ଦିନ ଖାଇଲେ କିଡିନ ଷ୍ଟୋନ ଦୂର ହୁଏ। ଦୈନିକ ଜୁଆଣୀ ଖାଇବା ଦ୍ଵାରା ମେଦ ହ୍ରାସ ହୋଇଥାଏ। ଜୁଆଣୀ ପେଷ୍ଟକୁ ବ୍ରଣ ସ୍ଥାନରେ ଲଗାଇ ୧୫ ମିନିଟ ପରେ ଧୋଇଦିଅନ୍ତୁ। ବ୍ରଣ ଚିହ୍ନ ଦୂର କରିବା ସହ ଏହା ତ୍ଵଚ ସ୍ବଚ୍ଛ ରଖେ। କେଶ ପାଚିବାରୁ ମଧ୍ୟ ରକ୍ଷା କରିଥାଏ ଜୁଆଣୀ।

ପଢନ୍ତୁ: ଖରା ଦିନେ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର: ଜାଣନ୍ତୁ କିପରି

Related posts

ଆଜିର ରାଶିଫଳ

ENO Beuro

ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ

ENO Beuro

ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ ‘ରାଶିତେଲ’,ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

Leave a Comment