Entertainment

ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ !

ଆକାଶ ଆମ୍ବାନୀଙ୍କ ଡିଜିଟାଲ କାର୍ଡ ଭାଇରାଲ

ଖୁବ୍‌ଶୀଘ୍ର ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ବଡପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହେବ । ଆକାଶ ନିଜର ବନ୍ଧୁ ତଥା ପ୍ରଖ୍ୟାତ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କ ସହ ବିବାହ କରିବେ । ଏଥିରେ ରାଜନୀତି, କଳା ତଥା ବ୍ୟବସାୟ ଜଗତ ସହ ଜଡିତ ଲୋକେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ମାସ ୩୦ ତାରିଖରେ ଉଭୟଙ୍କ ନିର୍ବନ୍ଧ ବମ୍ବେରେ କରାଯିବ ।

ଏହି ଉତ୍ସବ ପାଇଁ ମୁକେଶଙ୍କ ପରିବାର ପକ୍ଷରୁ ଏକ ଡିଜିଟାଲ କାର୍ଡ ପ୍ରସ୍ତୁତ କରାଯିବା ପରେ ଏହା ସ୍ପଷ୍ଟ ହୋଇଛି । ଏହି କାର୍ଡରେ ଶ୍ଲୋକା ଓ ଆକାଶଙ୍କ ଫଟୋ ସହ ନିର୍ବନ୍ଧ ସମୟ ଏବଂ ତାରିଖ ବିଷୟରେ ସୂଚନା ଦିଆଯାଇଛି। ସୁନ୍ଦର ବ୍ୟାକ୍‌ଗ୍ରାଉଣ୍ଡ ସଙ୍ଗୀତ ସହ ଏହି କାର୍ଡଟିକୁ ପ୍ରସ୍ତୁତ କରାଯାଇଛି । ମୁକେଶଙ୍କ ବମ୍ବେସ୍ଥିତ ଘର ଏଣ୍ଟିଲିୟାରେ ଏହି କାର୍ଯ୍ୟକ୍ରମ ରଖାଯାଇଛି।

ପୂର୍ବରୁ ଅର୍ଥାତ ୨୪ ମାର୍ଚ୍ଚରେ ଉଭୟଙ୍କର ପ୍ରି-ଏନ୍‌ଗେଜ୍‌ମେଣ୍ଟ ସେରିମନି ରଖାଯାଇଥିଲା। ଏଥିରେ ଆକାଶ-ଶ୍ଲୋକା ଫଟୋସୁଟ କରିଥିଲେ। ତେବେ ନିର୍ବନ୍ଧ ପରି ବିବାହକୁ ନେଇ କୌଣସି ଖବର ମିଳି ନ ଥିଲେ ହେଁ ଚଳିତ ବର୍ଷ ଶେଷ ଆଡକୁ ଉଭୟଙ୍କର ବିବାହ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ ! ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ ! AKASH AMBANI

ପଢନ୍ତୁ ;

ନିଜକୁ ଆଇଏଏସ ଅଫିସର କହି ବାହା ହେଉଥିଲେ !

Related posts

ଏକାଠି ନଜର ଆସିବେ ଶାହିଦ୍‌ ଓ ଶ୍ରଦ୍ଧା କପୁର

Krishna Kumar Manoj

ବିବାହ ପରେ ହନିମୁନ୍ ରେ ବାହାରିଲେ ଏହି ନବବିବାହିତ ପତୀ-ପତ୍ନୀ

Krishna Kumar Manoj

‘ଫୋର୍ବସ ଏସିଆ’ ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଲେ ବଲିଉଡ୍‌ର ଏହି ନାୟିକା!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More