• Home
  • News
  • ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!
News

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ଶ୍ଲୋକାଙ୍କ ହାତ ଧରିବେ ଆକାଶ

ରିଲାଏନ୍ସ କମ୍ପାନିର ମାଲିକ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କର ଶନିବାର ଗୋଆ ଠାରେ ନିର୍ବନ୍ଧ ସଂପନ୍ନ ହୋଇଛି। ସେ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଶ୍ଲୋକା ମେହେତାଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଏହି ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଶୁଣିବାକୁ ମିଳୁଛି।

ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଶ୍ଲୋକାଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ଆକାଶ । ଚଳିତବର୍ଷ ଶେଷ ଆଡକୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହୋଇଛି । ତେବେ ଉଭୟଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ରିପୋର୍ଟ ଅନୁସାରେ,ଶ୍ଲୋକା ଓ ଆକାଶ ପରସ୍ପରକୁ ସ୍କୁଲରେ ପଢିବା ସମୟରୁ ହିଁ ଜାଣିଛନ୍ତି। ତେବେ ସ୍କୁଲ ପଢା ଶେଷ କରିବା ପରେ ପ୍ରିଷ୍ଟନ ବିଶ୍ୱବିଦ୍ୟାଳୟରୁ ଆନ୍ଥ୍ରୋପଲୋଜିରେ ଡିଗ୍ରୀ ହାସଲ କରିଛନ୍ତି । ଏହାଛଡା ଆଇନରେ ମଧ୍ୟ ସ୍ନାତକ ହାସଲ କରିଛନ୍ତି ଶ୍ଲୋକା । ଏହାପରେ ଭାରତକୁ ଫେରି ନିଜ ବାପାଙ୍କ ବ୍ୟବସାୟରେ ଏଣ୍ଟ୍ରି ମାରିଥିଲେ ଶ୍ଲୋକା। ଏପରିକି ୨୦୧୪ ମସିହାରେ ରୋଜି ବ୍ଲୁ ଫାଉଣ୍ଡସେନର ଡାଇରେକ୍ଟର ପଦ ସମ୍ଭାଳିଥିଲେ ଆକାଶଙ୍କ ଭାବି ପତ୍ନୀ । ଏହାଛଡା କନେକ୍ଟଫର ନାମକ ଏକ ସଂସ୍ଥାର କୋ-ଫାଉଣ୍ଡର ମଧ୍ୟ ରହିଛନ୍ତି ଶ୍ଲୋକା।

ଆକାଶ ଅମ୍ବାନୀ ଗଣମାଧ୍ୟମକୁ କହିଛନ୍ତି ଯେ ,ମୁଁ ବହୁତ ଖୁସି ଅଛି, ଆମର ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହେଲା। ବର୍ତ୍ତମାନ ମୁଁ ଏବଂ ଶ୍ଲୋକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ। ସେ ଜଣେ ବହୁତ ସ୍ୱତନ୍ତ୍ର ଏବଂ ଦୟାଳୁ ହୃଦୟର ମହିଳା” !

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା! amabni

ପଢନ୍ତୁ; ଢେଙ୍କାନାଳ ଯୁବ ବିଜେଡ଼ି ସଭାପତିଙ୍କୁ ଗୁଳିକରି ହତ୍ୟା,ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦୁଇ ମନ୍ତ୍ରୀ

Related posts

କଠୁଆ ଗଣବଳାତ୍କାର ମାମଲା ୨୮କୁ ଘୁଞ୍ଚିଲା

Krishna Kumar Manoj

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

Krishna Kumar Manoj

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More