Featured

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ହୀରା ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ଆକାଶ ଅମ୍ବାନୀ

ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ହୋଇପାରେ ଦେଶର ଆଉ ଏକ ଚର୍ଚ୍ଚିତ ବିବାହ। ହୀରା ବ୍ୟବସାୟୀ ରସେଲ ମେହତାଙ୍କ ସବୁଠୁ ଛୋଟ ଝିଅ ଶ୍ଳୋକା ମେହତାଙ୍କ ସହିତ ବିବାହ ହୋଇପାରେ। ମାତ୍ର ଏବେ ମଧ୍ୟ ଦୁଇ ପରିବାର ଏହି ବିଷୟରେ ନିରବ ରହିଛନ୍ତି। କିଛି ସପ୍ତାହ ମଧ୍ୟରେ ଆକାଶ ଏବଂ ଶ୍ଳୋକାଙ୍କ ନିର୍ବନ୍ଧର ଘୋଷଣା ହୋଇପାରେ।

ଆକାଶ ଓ ଶ୍ଳୋକା ମୁମ୍ବାଇରେ ଧିରୁଭାଇ ଆମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲରେ ଏକା ସହିତ ପଢୁଥିଲେ । ଶ୍ଳୋକା ୨୦୦୯ ମସିହାରେ ନିଜର ସ୍କୁଲ ଶିକ୍ଷା ପୂରା କରିଥିଲେ । ଏହା ପରେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ମାନବ ଶାସ୍ତ୍ର ବିଷୟରେ ପଢିବାକୁ ଯାଇଥିଲେ ।ଏହା ପରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଏଣ୍ଡ ପୋଲିଟିକାଲ ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିଲେ । ଶ୍ଳୋକା ୨୦୧୪ ଜୁଲାଇରୁ ରୋଜି ବ୍ଲୁ ଫାଉଣ୍ଡେସନରେ ନିର୍ଦେଶକ ଅଛନ୍ତି।

୨୭ ବର୍ଷ ବୟସର ଆକାଶ ମୁକେଶ ଅମ୍ବାନୀଙ୍କ ପୁଅ। ଆକାଶ ତାଙ୍କର ଜାଆଁଳା ଭଉଣୀ ଇଶା ମୁକେଶ ଓ ନୀତା ଆମ୍ବାନୀଙ୍କ ତିନି ପିଲାଙ୍କ ମଧ୍ୟରୁ ବଡ ଅଟନ୍ତି । ଯାହାକି ୨୨ ବର୍ଷର ଶ୍ଳୋକା ରସେଲ ମୋନା ମେହତାଙ୍କ ତିନି ପିଲାଙ୍କ ମଧ୍ୟରୁ ସବୁଠୁ ସାନ ଅଟନ୍ତି।

 

ପଢନ୍ତୁ;

ହେଟ ଷ୍ଟୋରୀ ୪ର ଟ୍ରେଲର :ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ

Related posts

ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

ENO Beuro

ଆସନ୍ତୁ ଜାଣିବା ଲେମ୍ବୁର କେତେକ ବିଶେଷ ବ୍ୟବହାର ଓ ଉପକାରୀତା ଗୁଣ ବିଷୟରେ

ENO Beuro

ଫେସବୁକ୍ ଆଣିବା ନୂଆ ଯୋଜନା ,ଜାଣନ୍ତୁ ଏହି ଯୋଜନା ବିଷୟରେ

ENO Beuro

Leave a Comment