ଅକ୍ଷୟ ତୃତୀୟାରେ ଏହି ୫ଟି ରାଶି ବ୍ୟକ୍ତିମାନଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ!ଜାଣନ୍ତୁ ଏହି ରାଶି ସମ୍ପର୍କରେ

ଆସନ୍ତା ଏପ୍ରିଲ ୧୮ ବୁଧବାର ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଶାସ୍ତ୍ରରେ ଏହି ଦିନଟିକୁ ଶୁଭ ଦିନ ବୋଲି ମାନିଥାଉ। ଏହି ଦିନରେ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୧ ବର୍ଷ ପରେ ସର୍ବସିଦ୍ଧି ମହାସଂଯୋଗରେ ପଡୁଛି। ଯାହା ଦ୍ଵାରା ୫ଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାର ଅଛି।

ତେବେ ଆସନ୍ତୁ ଜାଣିବା ଏହି ରାଶି ସମ୍ପର୍କରେ-

  • ମେଷ ରାଶି-ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ଧନପ୍ରାପ୍ତିର ଯୋଗ ରହିଛି। କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହେବ ଏବଂ କ୍ୟାରିୟରକୁ ଏକ ନୂଆ ମାର୍ଗ ମିଳିବ।
  • ମିଥୁନ ରାଶି-ଅକ୍ଷୟ ତୃତୀୟାରେ ମିଥୁନ ରାଶିର ଲୋକଙ୍କ ଭାଗ୍ୟ ଖୋଲିପାରେ। ଶନିଦେବଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ। ନୂଆ ଲୋକଙ୍କ ସହ ମିଳନ ହୋଇପାରେ ଯାହା ଆପଣଙ୍କ କାର୍ଯ୍ୟରେ ଉନ୍ନତି ପାଇଁ ସହାୟକ ହେବ।
  • ସିଂହ ରାଶି-ଏହି ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ଉତ୍ତମ ରହିବ। ଏହି ସମୟରେ ସବୁ କ୍ଷେତ୍ରରେ ସଫଳତା ମିଳିବ। ଦୀର୍ଘ ଦିନର ଅସୁବିଧା ଦୂର ହେବ। ପଦୋନ୍ନତି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। କିନ୍ତୁ ଏହା ବୃଥା ଯିବନି। ଏହା ବ୍ୟତୀତ ବ୍ୟବସାୟରେ ଲାଭବାନ ମିଳିବ।
  • ତୁଳା ରାଶି-ଅକ୍ଷୟ ତୃତୀୟା ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ। ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ। ଏଥିସହିତ ବେପାରରେ ମଧ୍ୟ ଲାଭ ମିଳିବ। ଏହି ସମୟରେ ନିଜ ରାଗ ଉପରେ ନିୟନ୍ତ୍ରଣ କରିବାକୁ ପଡିବ ଓ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ଯାହା ସଫଳତା ଆଡକୁ ଟାଣି ନେବ।
  • କୁମ୍ଭ ରାଶି-ଏହି ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ଅତ୍ୟନ୍ତ ଶୁଭ ରହିବ। ଅଧିକ ସମୟ ଧରି ପୂରଣ ହେଉ ପାରୁନଥିବା କାର୍ଯ୍ୟ ପୂରା ହେବ। କମ୍ ସମୟରେ ଅଧିକ ସଫଳତାର ଯୋଗ ରହିଛି।

ପଢନ୍ତୁ; ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। - 8.7

87%

ଅକ୍ଷୟ ତୃତୀୟାରେ ମିଥୁନ ରାଶିର ଲୋକଙ୍କ ଭାଗ୍ୟ ଖୋଲିପାରେ। - 9.1

91%
8.9/10

Very Good!

ଅକ୍ଷୟ ତୃତୀୟାରେ ଏହି ୫ଟି ରାଶି ବ୍ୟକ୍ତିମାନଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ!ଜାଣନ୍ତୁ ଏହି ରାଶି ସମ୍ପର୍କରେ

ଆସନ୍ତା ଏପ୍ରିଲ ୧୮ ବୁଧବାର ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଶାସ୍ତ୍ରରେ ଏହି ଦିନଟିକୁ ଶୁଭ ଦିନ ବୋଲି ମାନିଥାଉ। ଏହି ଦିନରେ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୧ ବର୍ଷ ପରେ ସର୍ବସିଦ୍ଧି ମହାସଂଯୋଗରେ ପଡୁଛି।

No Votes Yet

You're not rated yet