Movie Trailers

ଅକ୍ଷୟ କୁମାର ଙ୍କ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ର ରିଲିଜ୍‌ ତାରିଖ ବଦଳିଲା,ଜାଣନ୍ତୁ ଏହାର କାରଣ କ’ଣ

By Krishna Kumar Manoj

January 05, 2018

ଜାନୁୟାରୀ ୨୬ ତାରିଖ ରେ ରିଲିଜ୍‌ ହେବ ବୋଲି ଘୋଷିତ ହୋଏଇଥିବା ଅକ୍ଷୟ କୁମାର ଙ୍କ  ଫିଲ୍ମ ” ପ୍ୟାଡ଼୍‍ ମ୍ୟାନ୍‌” ର  ରିଲିଜ୍‌ ତାରିଖ ବଦଳି ଯାଇଛି  ।

ଏହା ଜାନୁୟାରୀ ୨୫ ତାରିଖରେ ରିଲିଜ୍‌ ହେବ। ।ଫିଲ୍ମର ପ୍ରଥମ ପୋଷ୍ଟର୍‌ରେ ଅକ୍ଷୟ କୁମାର କାଶୀ ବିଶ୍ୱନାଥ ମନ୍ଦିର ପାଖରେ ସାଇକେଲ୍‌ ଚଲାଉଥିବାର ଦେଖିବାକୁ ମିଳିଥିଲା।

ଅକ୍ଷୟଙ୍କ ପତ୍ନୀ ତଥା ଏହି ଫିଲ୍ମର ସହ ପ୍ରଯୋଜିକା ଟ୍ଵିଙ୍କଲ୍‌ ଖାନ୍ନା ନିଜର ଟ୍ଵିଟର୍‌ ଜରିଆରେ ଏହି ରିଲିଜ୍‌ ତାରିଖ ବଦଳେଇବାର କାରଣ ଜଣେଇଛନ୍ତି  । ସେ କହିଛନତି ଯେ ଯେମିତି ପିରିଅଡସ୍‌ ଆଗୁଆ ହୋଏଥାଏ ସେମିତି ‘ପ୍ୟାଡ଼୍‍ ମ୍ୟାନ୍‌’ ମଧ୍ୟ ଗୋଟେ ଦିନ ଆଗରୁ  ରିଲିଜ୍‌ ହେବ  । ସେ ଜଣେଇଛନ୍ତି ଯେ ,‘ପ୍ୟାଡ଼୍‍ ମ୍ୟାନ୍‌’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍‌କିନ୍‌ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବେ।ଅରୁଣାଚଳମ୍‌ ମୁରୁଗାନାଥନ୍‌ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ।

ଏହି ଫିଲ୍ମ ରେ ଅକ୍ଷୟ କୁମାର ଙ୍କ ସହ ସୋନାମ କପୂର ଓ ରାଧିକା ଆପ୍‌ଟେ ଫିମେଲ୍‌ ଲିଡ଼୍‍ରେ ଦେଖିବାକୁ ମିଳିବ । ‘ପ୍ୟାଡ଼୍‍ମ୍ୟାନ୍‌’ର ନିର୍ଦ୍ଦେଶନା ଦେଇଛନ୍ତି , ଚିନିକମ୍‌’‘ପା’ଓ ‘ସମିତାଭ୍‌’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍‌ ବାଲକୀ ।