ସଡ଼କ ନିରାପତ୍ତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ଅକ୍ଷୟ କୁମାର

akhi

ଜନ ସଚେତନତା ପାଇଁ ତିନୋଟି ଭିଡିଓ ଚଳଚ୍ଚିତ୍ର ଉନ୍ମୋଚନ କଲେ ନୀତୀନ ଗଡକରୀ

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତୀନ ଗଡକରୀ ମଙ୍ଗଳବାର ସଡ଼କ ନିରାପତ୍ତା କ୍ଷେତ୍ରରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ତିନୋଟି କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଭିନେତା ଅକ୍ଷୟ କୁମାର ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆର ବାଲ୍କି । କାର୍ଯ୍ୟକ୍ରମରେ ରାଷ୍ଟ୍ରମନ୍ତ୍ରୀ ମନସୁଖ ଏଲ ମାଣ୍ଡଭ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସଡ଼କ ନିରାପତ୍ତା ବ୍ରାଣ୍ଡ ଆମ୍ବାସଡର ଭାବେ ଅକ୍ଷୟ କୁମାରଙ୍କ ନିଯୁକ୍ତି ବିଷୟ ଶ୍ରୀ ଗଡକରୀ ଘୋଷଣା କରିଥିଲେ।

ସାମାଜିକ କାର୍ଯ୍ୟରେ ଅକ୍ଷୟ କୁମାରଙ୍କ ଯୋଗଦାନକୁ ପ୍ରଶଂସା କରି ମନ୍ତ୍ରୀ କିଛି ଦିନ ତଳେ ମୁକ୍ତିଲାଭ କରିଥିବା ଅକ୍ଷୟଙ୍କ ଦୁଇଟି ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ ଓ ‘ଟଏଲେଟ-ଏକ ପ୍ରେମ କଥା’ କିପରି ସରକାରଙ୍କ ସ୍ୱଚ୍ଛତାର ବାର୍ତ୍ତା ବହନ କରୁଛି, ତାହା ଉଲ୍ଲେଖ କରିଥିଲେ । ଦୁର୍ଘଟଣା ମୁକ୍ତ ଏକ ସମାଜ ଗଠନ ପାଇଁ ସଡ଼କ ନିରାପତ୍ତାକୁ ଲୋକମାନେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ।

ଅକ୍ଷୟ କୁମାର ଏହି ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ରରେ ହୋଇଥିବା ନିଜ ଅଭିଜ୍ଞତା ପ୍ରକାଶ କରିଥିଲେ । ଦେଶର ସଡ଼କକୁ ସୁରକ୍ଷିତ କରିବା ସହ ଦୁର୍ଘଟଣାମୁକ୍ତ ସମାଜ ଗଠନରେ ଚାଲିଥିବା ଅଭିଯାନରେ ସାମିଲ ହୋଇ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି କହିଥିଲେ ।

akhi

ଦେଶରେ ସଡ଼କ ଦୁର୍ଘଟଣା ଯୋଗୁ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଥିବା ବିଷୟ ଏହି ଅବସରରେ ଉଲ୍ଲେଖ କରିଥିଲେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ । ସେ କହିଲେ ଯେ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ 65% ନିଯୁକ୍ତିଗତ ବୟସର ହୋଇଥିବାରୁ ଏହା ସେମାନଙ୍କ ପରିବାର ଚଳଣିକୁ ପ୍ରଭାବିତ କରୁଛି । ଦୁର୍ଘଟଣା ହ୍ରାସ ପାଇଲେ ଦେଶର ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ସଚିବ ୱାଇ ଏସ୍ ମଲ୍ଲିକ ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେବାକୁ ସରକାରଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିବାରୁ ଅକ୍ଷୟ କୁମାରଙ୍କୁ ସ୍ୱାଗତ କରିଥିଲେ । ଜନସଚେତନତା ପାଇଁ ଅକ୍ଷୟଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ଲୋକଙ୍କ ମାନସପଟ୍ଟରେ ରହିବ ଏବଂ ସଡ଼କ ନିରାପତ୍ତା ନିୟମ ପାଳନ କରିବାକୁ ଏହା ଲୋକଙ୍କୁ ସଚେତ କରାଇପାରିବ ବୋଲି ସେ ଆଶା କରିଥିଲେ।

ପଢନ୍ତୁ;ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More