EnewsOdia.Com

ଆଜି ଓଡିଶା ସଂଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ

ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା । ଆମ ମାଟିର କଥା, ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ । ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି, ଆଦରର ଖୋକା ଭାଇ । ଏକାଧାରାରେ ଗାୟକ, ଗୀତିକାର, ସଂଙ୍ଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ । ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ । ତାଙ୍କ ସଙ୍ଗୀତର ପ୍ରବାହ ଆଜି ବି ଉଲ୍ଲସିତ କରେ ଜନମାନସକୁ । ଆଜି ସେହି ଚିରସବୁଜ ବ୍ୟକ୍ତିତ୍ବ ଖୋକା ଭାଇଙ୍କର ଜନ୍ମଦିନ ।  ୧୯୩୭ ମସିହା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ବିଚିତ୍ରାନନ୍ଦ ମହାନ୍ତି ଓ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି ।

ଆକାଶ ବାଣୀ କଟକକେନ୍ଦ୍ରରୁ ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା । ୧୯୫୯ ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର । ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’ । ଖୋକା ଭାଇଙ୍କୁ ଏହି ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ନିତାଇ ପାଲିତ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା ।

ପଢନ୍ତୁ: ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

ସମ୍ବନ୍ଧିତ ଖବର

ଏଣିକି ସବୁ RTOରୁ ମିଳିପାରିବ ଡିଏଲ୍

Ratnamani Maharana

ଭୂତ ସହର ପାଲଟିଲା ଉହାନ୍‌, ମକାଓ

Ratnamani Maharana

ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

Ratnamani Maharana

‘କଳ୍‌କୀ ଭଗବାନ’ଙ୍କ କଳା ରୂପ, ୪୦୯ କୋଟି ଟଙ୍କା, ୮୮କିଲୋ ସୁନା ଜବତ

Ratnamani Maharana

ଟ୍ରାଫିକ ନିୟମକୁ ନମାନି ରାସ୍ତାରେ ଷ୍ଟଣ୍ଟ

Ratnamani Maharana

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

Ratnamani Maharana