Entertainment

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’

ପ୍ୟାଡ୍‌ମ୍ୟାନ୍‌ର ବ୍ୟବସାୟକୁ ନେଇ ଚିନ୍ତାରେ ଅକ୍ଷୟ କୁମାର

ଫିଲ୍ମ  ଫ୍ରାଇଡେରେ ଏଥର ପରଦାକୁ ଆସିଲା  ବହୁ ପ୍ରତୀକ୍ଷିତ ତଥା ଚଳିତବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’। ଫିଲ୍ମର ଲିଡରେ ଅକ୍ଷୟ କୁମାର ଅଛନ୍ତି । ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ସୋନମ କପୁର ଓ ରାଧିକା ଆପତେ । ଏହି ସିନେମା ପାଖାପାଖି ୨ହଜାର ସ୍କ୍ରିନ୍‌ରେ ମୁକ୍ତିଲାଭ କରିଛି । ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରଠାରୁ ଦର୍ଶକେ ଚାତକ ପରି ଅପେକ୍ଷା କରି ଥିଲେ  ଫିଲ୍ମକୁ।

ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ବାୟୋଗ୍ରାଫିକାଲ୍‌ କମେଡି ଡ୍ରାମା ଫିଲ୍ମକୁ ନେଇ ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଉତ୍କଣ୍ଠା । ମହିଳାଙ୍କ ଋତୁସ୍ରାବକାଳୀନ ସ୍ବଚ୍ଛତା ତଥା ଭାରତର ଶସ୍ତା ସାନିଟାରୀ ନାପ୍‌କିନର ଉଦ୍ଭାବକ ତାମିଲନାଡ଼ୁର ପଦ୍ମଶ୍ରୀ ଅରୁଣାଚଳମ୍‌ ମୁରୁଗନାଥମ୍‌ଙ୍କ କାହାଣୀ ଉପରେ ଫିଲ୍ମଟି ପ୍ରସ୍ତୁତ । ରିଲିଜ ପୂର୍ବରୁ ହିଁ ଏହା ସମଗ୍ର ଦେଶରେ ବହୁଳ ଭାବେ ଆଦୃତ ହୋଇଛି। କେତେବେଳେ ‘ପ୍ୟାଡ୍‌ମ୍ୟାନ୍‌’ ଚ୍ୟାଲେଞ୍ଜ ତ ପୁଣି ସେଲ୍ଫି ଓ୍ବିଥ୍‌ ଏ ପ୍ୟାଡ୍‌ କ୍ୟାମ୍ପେନ୍‌ ଫିଲ୍ମକୁ ସୋସିଆଲ ମିଡିଆ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛି।

ତେବେ ରିଲିଜର ଠିକ ଗୋଟେ ଦିନ ପୂର୍ବରୁ ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ପୂର୍ବରୁ ବ୍ୟାନ୍ ହୋଇଥିବା ସ୍ଥାନରେ ରିଲିଜ ହୋଇଛି । ଏଥିପାଇଁ ପ୍ୟାଡ୍‌ମ୍ୟାନ୍‌ର ବ୍ୟବସାୟ ଉପରେ ଏହାର ପ୍ରଭାବ ନେଇ ଚିନ୍ତାରେ ଅକ୍ଷୟ କୁମାର ।

ପଢନ୍ତୁ ;

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

Related posts

ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

ENO Beuro

ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ

ENO Beuro

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା”

ENO Beuro

Leave a Comment