News

ଭାରତକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ

Untitled 1

ଭାରତ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀର ମୂଳପୋଛ କରିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଆତଙ୍କବାଦୀ ସଂଗଠନ ଅଲକାଏଦା ଭାରତକୁ ଧମକ ଦେଇଛି। ଅଲକାଏଦାର ମୁଖ୍ୟ ଆୟାମାନ ଉଲ ଜବାହାରୀ  କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍‌ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନୁପ୍ରବେଶ ଜାରି ରଖିଛି, ସେକଥା ମଧ୍ୟ ଜବାହାରୀ ଜାରି କରିଥିବା ଭିଡିଓରେ କହିଛି।

ଜବାହାରୀ କହିଛି, “ମୁଁ ଏତିକି କହିବାକୁ ଚାହୁଁଛି ଯେ କଶ୍ମୀରରେ ଥିବା ମୁଜାହିଦ୍ଦିନମାନେ ଏବେ ଭାରତୀୟ ସେନା ଓ ସରକାରଙ୍କୁ କେମିତି କ୍ଷତି ପହଞ୍ଚାଇବେ, ତା’ ଉପରେ ଫୋକସ୍‌ କରିବା ଦରକାର। ଏହାଦ୍ୱାରା ଭାରତର ଆର୍ଥିକ ସମ୍ବଳରେ ଘାଟ ହେବ ଏବଂ ଦେଶ ମାନବ ଶକ୍ତି ମଧ୍ୟ ହରାଇବ।” ଜବାହାରୀ ଆହୁରି କହିଛି, “ପାକିସ୍ତାନ ସେନା ଓ ସରକାର ଆମେରିକାର କଣ୍ଢେଇ ସାଜିଛନ୍ତି। ଏଥିସହ ଆତଙ୍କବାଦୀମାନେ ଯେମିତି ପାକିସ୍ତାନ ହାତରେ ନ ପଡ଼ିବା, ସେକଥା ମଧ୍ୟ ପାକିସ୍ତାନ ସରକାର ବିଭିନ୍ନ ଆତଙ୍କୀ ସଂଗଠନକୁ ଜଣାଇଛନ୍ତି। ସମସ୍ତ ପାକିସ୍ତାନୀ ସେନା ଓ ସରକାର ମୁଜାହିଦ୍ଦିନମାନଙ୍କୁ ନିଜର ରାଜନୀତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି।”
ପଢନ୍ତୁ: ବିଶ୍ଵକପ ସେମିରେ ଭାରତକୁ ଝଟକା, ଆଉଟ ହେଲେ ରୋହିତ, ରାହୁଲ୍, ବିରାଟ ଓ ଦିନେଶ

Related posts

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

Ratnamani Moharana

ସୁଷମା ସ୍ୱରାଜ : ଇରାକରେ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍

ENO Beuro

ବିଜେବି କଲେଜ ରେ ବୋମାମାଡ, ନିର୍ବାଚନୀ ହିଂସା ର କାରଣ ବୋଲି ସୂଚନା

ENO Beuro

2 comments

ପାଟକୁରା ନିର୍ବାଚନରେ ପ୍ରଚାର କରିବେ ୪୦ ଜଣିଆ ଷ୍ଟାର ପ୍ରଚାରକ July 11, 2019 at 12:55 pm

[…] ଭାରତକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ […]

ଷ୍ଟେସନରେ ପାଣି ବୋତଲ କିଣୁଛନ୍ତି କି! ସାବଧାନ July 11, 2019 at 2:33 pm

[…] ଭାରତକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ […]

Leave a Comment