News

ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

Untitled 1

ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ନିର୍ଧାରିତ ସମୟ (ଜୁନ୍‌ ୧୦)ଠାରୁ ୧୧ ଦିନ ପରେ ମୌସୁମୀ ଓଡ଼ିଶାରେ ପହଞ୍ଚିଛି। ଏନେଇ ୨୨ଟି ଜିଲ୍ଲାକୁ ଦିନ ୧୨ଟା ୧୫ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା  ସତର୍କ ସୂଚନା ଜାରି କରିଛନ୍ତି ।

 

ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, ବରଗଡ଼,ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର,ଗଞ୍ଜାମ, ଗଜପତି, ନୂଆପଡ଼ା ଓ ବଲାଙ୍ଗିର। ରାଜ୍ୟରେ ଗତକାଲିଠାରୁ ମୌସୁମୀ ବାୟୁ ପ୍ରବେଶ କରି ସାରିଛି। ଅନେକ ଜିଲ୍ଲାକୁ ଏହା ଛୁଇଁ ସାରିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପୂରା ରାଜ୍ୟରେ ପ୍ରବେଶ କରିବ।

ପଢନ୍ତୁ: ଅଣସର ପିଣ୍ଡିରେ ଶ୍ରୀଜିଉ, ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରି ତେଲ

Related posts

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

ENO Beuro

ଶ୍ରୀଲଙ୍କାରେ ବିମାନ ବନ୍ଦର ନିର୍ମାଣ କରିବ ଭାରତ

ENO Beuro

ଝାରସୁଗୁଡ଼ାରେ ବୋଇଂ-୭୩୭ ବିମାନର ଅବତରଣ

ENO Beuro

Leave a Comment