EnewsOdia.Com

ସ୍ପାଏୱେର ଆକ୍ରମଣ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିଲା ହ୍ବାଟ୍ସଆପ୍‌

ଭାରତୀୟଙ୍କ ଉପରେ ଇସ୍ରାଏଲ ସ୍ପାଏୱେର ପେଗାସସ୍‌ ଗୁଇନ୍ଦା ନଜର ରଖିବା ନେଇ ଭାରତ ସରକାରଙ୍କୁ ଅବଗତ କରାଯାଇଥିଲା ବୋଲି ହ୍ବାଟ୍ସଆପ୍‌ କହିଛି। ପେଗାସସ୍‌ ଦ୍ବାରା ୧୨୧ ଭାରତୀୟଙ୍କ ୟୁଜର୍ସଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍ କରାଯାଇଥିବା ନେଇ ସରକାରଙ୍କୁ ସୂଚନା ଦିଆଯାଇଥିଲା। ତେବେ ହ୍ବାଟ୍ସଆପ୍‌ର ଏହି ସତର୍କ ସୂଚନା ଯଥେଷ୍ଟ ନଥିଲା ବୋଲି ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କହିଛି। ପେଗାସସ୍‌ ସ୍ପାଏୱେର ଭାରତୀୟ ନାଗରିକଙ୍କ ଉପରେ ଗୁଇନ୍ଦା କାର୍ଯ୍ୟ କରିବା ନେଇ ଭାରତ ସରକାର ହ୍ବାଟ୍ସଆପ୍‌ ଠାରୁ ଜବାବ ଲୋଡିଥିଲା। ନୋଟିସ ଉପରେ ଜବାବ ଦେଇ ହ୍ବାଟ୍ସଆପ୍ କହିଛି ଯେ ଇସ୍ରାଏଲ ସ୍ପାଏୱେର ସମ୍ପର୍କରେ ସରକାରଙ୍କୁ ସେପ୍ଟେମ୍ବରରେ ଅବଗତ କରାଯାଇଥିଲା।

 

ଏହି ଗୁଇନ୍ଦା କାର୍ଯ୍ୟ ନେଇ ଇସ୍ରାଏଲର ଏନଏସଓ ଗ୍ରୁପ୍ ବିରୋଧରେ ହ୍ବାଟ୍ସଆପ୍ ଆମେରିକା ଅଦାଲତରେ ମାମଲା ରୁଜୁ କରିଛି। ୪ଟି ଦେଶର ୧୪୦୦ ୟୁଜର୍ସଙ୍କ ହ୍ବାଟ୍ସଆପ୍‌କୁ ହ୍ୟାକ କରାଯାଇଥିବା ଅଭିଯୋଗ ହୋଇଛି। ହ୍ବାଟ୍ସଆପ୍‌ର ଜବାବ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ପଢନ୍ତୁ:‘ମହା’ର ଉଗ୍ରରୂପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ !

ସମ୍ବନ୍ଧିତ ଖବର

କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ !

Ratnamani Maharana

ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

Ratnamani Maharana

ଧନତେରସ୍‌ରେ ବୋହିନେଲେ ୧୭୦ କୋଟିର ସୁନା

Ratnamani Maharana

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Ratnamani Maharana

ବିଶ୍ୱରେ ଏବେ ‘ଜଳବାୟୁ ଏମର୍ଜେନ୍ସି’ ଘୋଷଣା କଲେ ୧୧,୦୦୦ ବୈଜ୍ଞାନିକ

Ratnamani Maharana

୩୧ ତାରିଖରେ ୯ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ

Ratnamani Maharana