ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

ଆଲଜେରିଆର ରାଜଧାନୀଠାରୁ ୨୫ କି.ମି. ଦୂରରେ ଅଘଟଣ

ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ବୁଧବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । ଫଳରେ ନିମାନରେ ଥିବା ୨୭୫ ଜଣ ଯାତ୍ରୀ ଓ କର୍ମଚାରୀ ପ୍ରାଣ ହରାଇଛନ୍ତି । ବିମାନରେ ୨୪୭ ଜଣ ସୈନ୍ୟ ଓ ସେମାନଙ୍କ ପରିବାର ଲୋକ ଏବଂ ୧୦ ଜଣ କର୍ମଚାରୀ ଥିଲେ । ବିମାନଟି ବୌଫାରିକ୍‌ ସାମରିକ ଘାଟିରୁ ସୈନ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କୁ ନେଇ ମୋରୋକ ସୀମାନ୍ତବର୍ତ୍ତୀ ବେଚାରକୁ ଯାଉଥିଲା ।

ଏହାକୁ ଦେଶର ସବୁଠୁ ବଡ଼ ବିମାନ ଦୁର୍ଘଟଣା ବୋଲି କୁହାଯାଉଛି । ଆଲଜେରିଆର ରାଜଧାନୀ ଆଲଜିୟର୍ସର ୨୫ କି.ମି ଦକ୍ଷିଣ-ପଶ୍ଚିମରେ ବୋଉଫରିକ୍‌ ବାୟୁସେନା ଘାଟି ଅବସ୍ଥିତ । ଏହି ଘାଟିକୁ ଦେଶର ବାୟୁସେନା ବିମାନବନ୍ଦର ଭାବେ ବ୍ୟବହାର କରିଥାଏ। ଏଠାରୁ ରୁଷିଆ ନିର୍ମିତ ମିଡିୟମ୍‌ ରେଞ୍ଜ ପରିବହନ ବିମାନ ଇଲ୍ୟୁଶିନ୍‌ ଆଇଏଲ-୭୬ ପଶ୍ଚିମ ସୀମାନ୍ତ ସହର ତିଣ୍ଡୁଫ୍‌ ଅଭିମୁଖେ ଉଡାଣ କରିଥିଲା ।

ଉଡାଣର ମାତ୍ର କିଛି ସମୟ ପରେ ବିମାନଟି ବାୟୁସେନା ଘାଟି ନିକଟସ୍ଥ ଏକ ପଡ଼ିଆରେ ଖସିପଡ଼ିଥିଲା । ଭୂମିରେ ଖୁବ୍‌ ଜୋରରେ ଧକ୍କା ହେବା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ୩ ଶହରୁ ଅଧିକ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା ।  ସମଗ୍ର ଅଞ୍ଚଳରେ ଧୂଆଁର ବଳୟ ସୃଷ୍ଟି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନରୁ ୨୫୭ଟି ମୃତଦେହ ବାହାର କରିବାରେ ସକ୍ଷମ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ବିମାନ କର୍ମଚାରୀ ଥିବାବେଳେ ଅଧିକାଂଶ ସୈନ୍ୟ ଓ ସେମାନଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି ।

ଏହି ବିମାନ ଦୁର୍ଘଟଣା ଆଲଜେରିଆ ଇତିହାସରେ ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ଏହା ପୂର୍ବରୁ ୨୦୦୩ ମସିହାରେ ଏୟାର ଆଲଜେରିଆର୍‌ର ଜେଟ୍‌ ବିମାନ ତମନରାସେଟ୍‌ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟପରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦୨ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୪ ମସିହାରେ ଏକ ସି-୧୩୦ ବିମାନ ଡିଜେବେଲ୍‌ ଫେରଟାସ୍‌ ପର୍ବତରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପଢନ୍ତୁ ;

ରୁଷିଆକୁ ଟ୍ରମ୍ପ୍‌ଙ୍କ ଧମକ : ୭୨ ଘଣ୍ଟା ମଧ୍ୟରେ ଯୁଦ୍ଧ

ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନରୁ ୨୫୭ଟି ମୃତଦେହ ବାହାର କରିବାରେ ସକ୍ଷମ ହୋଇଛନ୍ତି - 91%

91%

ବିମାନଟି ବୌଫାରିକ୍‌ ସାମରିକ ଘାଟିରୁ ସୈନ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କୁ ନେଇ ମୋରୋକ ସୀମାନ୍ତବର୍ତ୍ତୀ ବେଚାରକୁ ଯାଉଥିଲା । - 91%

91%
91%

Excellent!

ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ବୁଧବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । ଫଳରେ ନିମାନରେ ଥିବା ୨୭୫ ଜଣ ଯାତ୍ରୀ ଓ କର୍ମଚାରୀ ପ୍ରାଣ ହରାଇଛନ୍ତି । ବିମାନରେ ୨୪୭ ଜଣ ସୈନ୍ୟ ଓ ସେମାନଙ୍କ ପରିବାର ଲୋକ ଏବଂ ୧୦ ଜଣ କର୍ମଚାରୀ ଥିଲେ । ବିମାନଟି ବୌଫାରିକ୍‌ ସାମରିକ ଘାଟିରୁ ସୈନ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କୁ ନେଇ ମୋରୋକ ସୀମାନ୍ତବର୍ତ୍ତୀ ବେଚାରକୁ ଯାଉଥିଲା ।

No Votes Yet

You're not rated yet