• Home
  • News
  • ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା
News

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା

ଆଲଜେରିଆରେ ମିଲିଟାରୀ ବିମାନ ଦୁର୍ଘଟଣାଗ୍ରସ୍ତ

ଆଲ୍‌ଜେରିଆର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଲ୍‌ଜେରିଆର ଦକ୍ଷିଣରେ ଥିବା ବୌଫେରିକ୍‌ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି । ବିମାନରେ ୧୦୦ରୁ ଅଧିକ ସେନା କର୍ମଚାରୀ ଥିଲେ ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି । ଏମାନେ ସମସ୍ତେ ସେନା ଯବାନ ବୋଲି ଜଣାପଡିଛି । ଆଲଜେରିଆ ରାଜଧାନୀରେ ଥିବା ବିମାନବନ୍ଦର ନିକଟରେ ଏହି ଜେଟ୍ଟି ଖସିପଡିଥିଲା ।

ଖୁବ ଦୂର ପର୍ଯ୍ୟନ୍ତ ମୋଟା କଳା ଧୁଆଁ ଉଠୁଥିବା ଦେଖିବାକୁ ମିଳିଛି । ଏପରିକି ଅଲିଭ ଗଛରେ ବିମାନର ଲାଞ୍ଜ ଲାଖି ରହିଥିବା ଦେଖିବାକୁ ମିଳିଛି । ଏଥିରୁ ଦୁର୍ଘଟଣାର ଭୟାବହତା ଅନୁମାନ କରିହେଉଛି । ଦୁର୍ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ପାଖାପାଖି ୧୩୦ଜଣ ସଦସ୍ୟଙ୍କୁ ଉଦ୍ଧାରକାର୍ଯ୍ୟ ପାଇଁ ନିୟୋଜିତ କରିଛନ୍ତି । ଏଥିରେ ୧୪ଟି ଆମ୍ବୁଲାନ୍ସ ଏବଂ ୧୦ଟି ଟ୍ରକ ମଧ୍ୟ ସାମିଲ ରହିଛି । ସଦସ୍ୟମାନେ ଯବାନମାନଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟ ଜାରି ରହିଛି ।

ତେବେ ଏହି ଦୁର୍ଘଟଣାରେ କେହି ଜୀବିତ ଥିବାର ଆଶା ପ୍ରାୟ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା biman

ପଢନ୍ତୁ ;

ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ

Related posts

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Krishna Kumar Manoj

ଆସନ୍ତାକାଲି ଓଜେଇଇ ପରୀକ୍ଷା : ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ

High Performance Athletics Academy At Kalinga Stadium

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More