Entertainment

ସଞ୍ଜୟ ଲିଲା ଭସାଂଲୀଙ୍କ ଆଗାମୀ ସିନେମାରେ ନଜର ଆସିବେ ଏହି ଯୋଡି ।

ଫିଲ୍ମର ନାମ ‘ଗୁସ୍ତାଖିଆଁ’

କବି ଅମୃତା ପ୍ରୀତମଙ୍କ ଜୀବନକାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ବଲିଉଡ଼ ଫିଲ୍ମ  । ‘ପଦ୍ମାବତ’ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ପଦ୍ମାବତ’ର ସଫଳତା ପରେ ଏବେ ପ୍ରସିଦ୍ଧ କବି ଶାହିର୍‌ ଲୁଧିଆନ୍‌ବିଙ୍କ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି ।  ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି ।

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ।ଶାହିର୍‌ଙ୍କ ଚରିତ୍ରରେ ଅଭିଷେକ ବଚ୍ଚନ ନଜର ଆସୁଥିବା ବେଳେ ଶାହିର୍‌ଙ୍କ ସାଥୀ ଅମୃତାଙ୍କ ଭୂମିକାରେ ଆଲିଆଙ୍କୁ ନେବା ପାଇଁ ଭଂସାଲୀ ମନୋନୀତ କରିଥିବା ସୂଚନା ମିଳିଛି ।

କିଛି ଦିନ ମଧ୍ୟରେ ଅଭିନୟରେ ଆଲିଆଙ୍କର ଉନ୍ନତି ଦେଖି ସେ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଫିଲ୍ମ ‘ରାଜି’ର ଟ୍ରେଲର ଦେଖିବା ପରେ ସମସ୍ତେ ସେଥିରେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରିବା ସହ ଅନେକ ଗୁଡ଼ିଏ ଫିଲ୍ମର ଅଫର ମଧ୍ୟ ଆସିଛି । ପୂର୍ବରୁ ଅନେକ ଫିଲ୍ମ ପାଇଁ ଅଡ଼ିସନ୍‌ ଦେଇ ରିଜେକ୍ଟ ହେବା ପରେ ଏବେ ତାଙ୍କ ପାଖରେ ଫିଲ୍ମର କୌଣସି ଅଭାବ ନାହିଁ ।

ତେବେ ଭଂସାଲୀଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଏହି ପ୍ରୋଜେକ୍ଟ ସମ୍ପର୍କରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସଞ୍ଜୟ ସୂଚିତ କରିଛନ୍ତି ।

ପଢନ୍ତୁ ;

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

Related posts

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

ENO Beuro

ଦବଙ୍ଗ ଖାନଙ୍କ ସହ ପୁଣି ରୋମାନ୍ସ କରିବେ ଏହି ଅଭିନେତ୍ରୀ !

ENO Beuro

କମୁଛି ବଲିଉଡ ଅଭିନେତ୍ରୀ ସୋନାଲିଙ୍କ ଦୃଷ୍ଟିଶକ୍ତି

ENO Beuro

2 comments

Leave a Comment