Entertainment

ଆଲିଆ ଓ କାଟ୍ରିନାଙ୍କ ଦୋସ୍ତିରେ ଫାଟ!

ବଲିଓଡରେ ଆଲିଆ ଭଟ୍ଟ ଓ କାଟ୍ରିନା କୈଫ୍ ଙ୍କ ଦୋସ୍ତି ଦୀର୍ଘଦିନ ଧରି ଥିଲା। ସେଥିପାଇଁ ଉଭୟଙ୍କୁ ବଲିଓଡର “ବେଷ୍ଟ ଫିମେଲ ଫ୍ରେଣ୍ଡ” କୁହାଯାଏ। କିନ୍ତୁ ଏବେ ଖବର ମିଳଛି ଯେ ଉଭୟଙ୍କ ଦୋସ୍ତିରେ ଫାଟ ସୁଷ୍ଟି ହୋଇଛି।

ଏବେ ଆଲିଆ ରଣବୀର କପୁରଙ୍କ ସହିତ ଆୟାନ୍‌ ମୁଖାର୍ଜୀଙ୍କ ଫିଲ୍ମ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ବୁଲଗେରିଆରେ ଏହାର ସୁଟିଂ ଶେଷ କରି ମୁମ୍ବାଇରେ ଡ଼େରା ପକାଇଛି ଟିମ୍‌। ରଣବୀର୍‌ କପୁର୍‌ କିନ୍ତୁ ଲଣ୍ଡନରେ ଅଛନ୍ତି।ରଣବୀର କପୁରଙ୍କ ସହିତ ଆଲିଆଙ୍କ ଲିଙ୍କ୍‌-ଅପ୍‌କୁ ନେଇ ଚର୍ଚ୍ଚା ତ ଢ଼େର ଦିନ ହେବ ହେଉଛି। ଏହାକୁ ସହି ପାରୁନାହାନ୍ତି କାଟ୍ରିନା। କାରଣ ରଣବୀରଙ୍କ ସହିତ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ସେହି କଥାକୁ ସେ ଭୁଲି ପାରୁନାହାନ୍ତି।

ଆଲିଆ ଭଟ୍ଟଙ୍କ ସହିତ ରଣବୀର କପୁର ଆଫେଆର୍‌ ରଖିଛନ୍ତି।ଏକଥା ଜାଣିବା ପରେ କାଟ୍ରିନା କୈଫ୍‌ ଆଲିଆଙ୍କ ଉପରେ ରାଗିଛନ୍ତି। କାଟ୍ରିନାଙ୍କର ଜଣେ ସାଙ୍ଗ କହିଛନ୍ତି ଯେ,‘ବ୍ରହ୍ମାସ୍ତ୍ର’ର ସୁଟିଂ ସମୟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଭିତରେ ଅନ୍ତରଙ୍ଗ ସଂପର୍କ ବଢ଼ିଯାଇଛି।।ରଣବୀର କପୁର କାଟ୍ରିନା ଓ ମାହିରା ଖାନ୍‌ଙ୍କ ପରେ ଏବେ ଆଲିଆଙ୍କୁ ନିଜ ପାଲରେ ପକାଇଛନ୍ତି। ତେଣେ ଆଲିଆ ଭଟ୍ଟ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ବ୍ରେକ୍‌ଅପ୍‌ ପରେ ରଣବୀରଙ୍କୁ ଡ଼େଟ୍‌ କରୁଛନ୍ତି। ନିକଟରେ ବିଶିଷ୍ଟ ଶିଳ୍ପପତି ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ପାର୍ଟିରେ କାଟ୍ରିନାଙ୍କୁ ଦୁଃଖ ମନରେ ଦେଖିବାକୁ ମିଳିଥିଲା।

ଆଲିଆ ଓ କାଟ୍ରିନାଙ୍କ ଦୋସ୍ତିରେ ଫାଟ! katrina

ପଢନ୍ତୁ;ସଜନା ଛୁଇଁ ଖାଇବା ଦ୍ଵାରା ଆମକୁ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ?

Related posts

ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା

ENO Beuro

ରିଲିଜ୍‌ ହେଲା ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟ୍ରେଲର !

ENO Beuro

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ? 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More