• Home
  • Entertainment
  • ୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ !
Entertainment

୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ !

‘ରାଜି’ରେ ଆଲିଆ ଜଣେ ଭାରତୀୟ ଗୁପ୍ତଚର ଭୂମିକାରେ ଅଭିନୟ କରିଛନ୍ତି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନିକଟରେ ରିଲିଜ୍‌ ହୋଇଥିବା ‘ରାଜି’ ସିନେମା ବକ୍ସ ଅଫିସ୍‌ରେ ଦମଦାର କଲେକ୍ସନ କରି ୧୦୦ କୋଟି କ୍ଲବ୍‌ରେ ଏଣ୍ଟ୍ରି କରିଛି । ମଇ ୧୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ରବିବାର ଅର୍ଥାତ ମଇ ୨୭ ସୁଦ୍ଧା ୧୦୨.୫୦ କୋଟି ଟଙ୍କା ଆୟ କରିଛି । ମୁକ୍ତିଲାଭର ପ୍ରଥମ ଦିନ ‘ରାଜି’ ୭.୫୩ କୋଟି ଟଙ୍କା ଆୟ କରିଥିଲା ।

ବଲିଉଡର ଚୁଲବୁଲି ନାୟିକା ଭାବରେ ପରିଚିତ ଆଲିଆ ଭଟ୍ଟ କରଣ ଜୋହରଙ୍କ ନିର୍ଦେଶିତ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଚଳଚ୍ଚିତ୍ରରୁ ନିଜ ସିନେମା ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ଲୋକପ୍ରିୟ ହେବା ସହ ଭଲ ବ୍ୟବସାୟ କରିଥିଲା । ଏହାପରେ ତାଙ୍କ ଅଭୀନିତ ଚଳଚ୍ଚିତ୍ର ‘ବଦ୍ରିନାଥ କି ଦୁଲହ୍‍ନିୟା’, ‘ଟୁ ଷ୍ଟେଟସ’ ୧୦୦କୋଟି ବ୍ୟବସାୟ କରିଥିଲା ।

ଏହା ପୂର୍ବରୁ ଆଲିଆଙ୍କ ଅଭିନୀତ ‘୨ ଷ୍ଟେଟ୍‌ସ’ ୧୦୨.୧୩ କୋଟି ଟଙ୍କା ଓ ‘ବଦ୍ରୀନାଥ କୀ ଦୁଲହନିଆ’ ୧୧୬.୬୮ କୋଟି ଟଙ୍କା କଲେକ୍ସନ କରିଥିଲା। ଖୁବ୍‌ଶୀଘ୍ର ‘ବଦ୍ରୀନାଥ କୀ ଦୁଲହନିଆ’ର ରେକର୍ଡ ଏହା ଭାଙ୍ଗିବ ବୋଲି ଆଶା କରାଯାଉଛି । ମେଘନା ଗୁଲଜରଙ୍କ ନିର୍ଦ୍ଦେଶିତ ‘ରାଜି’ରେ ଆଲିଆ ଜଣେ ଭାରତୀୟ ଗୁପ୍ତଚର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ବିପକ୍ଷରେ ପାକିସ୍ତାନର ଜଣେ ସେନା ଅଧିକାରୀ ଭାବେ ଭିକି କୈାଶଲ ଅଭିନୟ କରିଛନ୍ତି ।

୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ ! alia

ପଢନ୍ତୁ ; ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ !

Related posts

‘ବିଗ ବସ’ ସିଜିନ-୯ ର ଏହି ଯୋଡି ଗୋଆରେ କରିଛନ୍ତି ବିବାହ

Krishna Kumar Manoj

ଶିଳ୍ପା, ହିନାଙ୍କ ମଧ୍ୟରେ ତୁଟିନି ବିବାଦ ! ପାର୍ଟିକୁ ହିନାଙ୍କୁ କରିବେ ନାହିଁ ନିମନ୍ତ୍ରଣ : ଶିଳ୍ପା ସିନ୍ଧେ

Krishna Kumar Manoj

ରିଲିଜ ହେଲା ଫିଲ୍ମ ‘ଜିନିୟସ ’ର ଟ୍ରେଲର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More