Entertainment

ରିଲିଜ୍‌ ହେଲା ଆଲିଆ ଭଟ୍ଟଙ୍କ ଅଭିନୀତ ‘ ରାଜି ‘ ର ଅଫିସିଆଲ ଟ୍ରେଲର

ଆଲିଆ ଜଣେ କାଶ୍ମିରୀ ଝିଅ ଭୂମିକାରେ ନଜର ଆସିଛନ୍ତି

ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ସିନେମା ‘ ରାଜି ‘ ର ଟ୍ରେଲର ରିଲିଜ୍‌ ହୋଇଛି । ଏଥିରେ ଆଲିଆ ଖୁବ୍‌ ଦମ୍‌ଦାର ଲୁକ୍‌ରେ ନଜରକୁ ଆସୁଛନ୍ତି। ଜଙ୍ଗଲୀ ପିକ୍ଚର୍ସ ଓ ଧର୍ମା ପ୍ରଡକଶନ୍‌ର ଏହି ଫିଲ୍ମରେ ପୁଣିଥରେ ଆଲିଆଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଏହି ଟିଜରରେ ଆଲିଆ ସିନେମାର ଟ୍ରେଲର ବିଷୟରେ ସୂଚନା ଦେଇ ସାରିଛନ୍ତି । ଏହି ସିନେମାରେ ଆଲିଆ ଜଣେ କାଶ୍ମିରୀ ଝିଅ ଭୂମିକାରେ ଅଭିନୟ କରିଛନ୍ତି ।

ଆଲିଆ ସିନେମାର ଟିଜରକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ କରିଥିଲେ । ୪୦ ସେକେଣ୍ଡରେ ଏହି ଟିଜରରେ ଆଲିଆ ପାଊଁଶିଆ ବୁର୍ଖା ପିନ୍ଧିଥିବାର ଦୃଶ୍ୟ ରହିଛି । ଏହି ଭିଡିଓରେ ଆଲିଆ ଫୋନରେ କାହା ସହ କଥା ହେଉଥିବାର ଦୃଶ୍ୟ ରହିଛି । ଫୋନ ରିଙ୍ଗ ହେଉଛି ଆଲିଆ ଫୋନ ଉଠାଇବା ସହ କହୁଛନ୍ତି ‘ ଆଦବ ମୁଁ କହୁଛି । ସେପଟୁ କିଛି ଖବର ଆସିଲା ହଁ , ଦୁଇ ଦିନ ପରେ ଦେଖା ହେବା । ହଁ ମୁଁ ରାଜି । ‘ଏତିକି କହିବା ପରେ ଆଲିଆ ମୁଁହ ଘୋଡାଇ ଚାଲିଯାଉଛନ୍ତି ।

ମେ ୧୧ରେ ଫିଲ୍ମ ରିଲିଜ୍‌ ହେବାର ଯୋଜନା ରହିଛି । ଏହା ଏକ ଗୁପ୍ତଚରର କାହାଣୀ ଉପରେ ଆଧାରିତ । ଯିଏକି ପାକିସ୍ତାନରେ ରହି ଦେଶପାଇଁ ତଥ୍ୟ ସଂଗ୍ରହ କରୁଛି । ଭାରତ-ପାକ୍‌ ଯୁଦ୍ଧକୁ ନେଇ ଟ୍ରେଲରଟି ଆରମ୍ଭ କରାଯାଉଥିବା ଦେଖିବାକୁ ମିଳିଛି । ଟ୍ରେଲର ଦେଖିଲେ ଲାଗୁଛି ଫିଲ୍ମଟି ସତ୍ୟ କାହାଣୀ ଉପରେ ପର୍ଯ୍ୟବସିତ ।

ପଢନ୍ତୁ ;

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟ୍-କା : କେଦାର ଯାଦବ ଆଇପିଏଲରୁ ବାଦ୍‌

Related posts

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ସଲମାନ ! ସିନେମାରେ ପାଂଚ ଅବତାରେ ଦେଖିବାକୁ ପାଇବେ ଭାଇଜାନଙ୍କୁ

ENO Beuro

ନିଜର ପୁରୁଣା ସଂପର୍କ ଭାଙ୍ଗିବା ପଛରେ ଥିବା କାରଣ କହିଲେ ଶରଦ ମାଲହୋତ୍ରା

ENO Beuro

ବହୁ ବିବାଦ ପରେ ରିଲିଜ ହେଲା ତାମିଲ ଫିଲ୍ମ ‘ସରକାର’

ENO Beuro

Leave a Comment