EnewsOdia.Com

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

ସମସ୍ତ ଆମ୍ବୁଲାନସ ପାଇଁ ରହିବ ଗୋଟିଏ ନମ୍ବର । ଗୋଟିଏ ଟୋଲ ଫ୍ରି ନମ୍ବରରେ ପରିଚାଳିତ ହେବେ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆହତ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ଚିକିତ୍ସା । ଏହି ସମୟରେ ସମସ୍ତ ଘରୋଇ ଓ ସରକାରୀ ହସପିଟାଲ ଉତ୍କଷ୍ଟ ସେବା ଯୋଗାଇବାକୁ ବାଧ୍ୟ । ଏଭଳି ନିର୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏହାସହ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ଗୋଟିଏ କଲ ସେଣ୍ଟରରୁ ପରିଚାଳିତ ହେବେ । ଏନେଇ ଖୁବଶୀଘ୍ର ଜାରି ହେବ ଏସଓପି । ରୋଗୀଙ୍କୁ ସହଜରେ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏବେ ରାଜ୍ୟରେ ୫୧୨ଟି ୧୦୮ ଆମ୍ବୁଲାନ୍ସ, ୧୯ଟି ଫାୟାର ଷ୍ଟେସନ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଏହାସହ ଜାତୀୟ ରାଜପଥ, ଘରୋଇ ହସପିଟାଲ, ଚାରିଟେବୁଲ ଟ୍ରଷ୍ଟ ଓ କର୍ପୋରେଟ ସେକ୍ଟର ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ମୋଟ ୧୫୬୨ ଆମ୍ବୁଲାନ୍ସ ରାଜ୍ୟରେ ଜରୁରୀ ସେବା ଯୋଗାଉଛନ୍ତି । ସମସ୍ତ ଆମ୍ବୁଲାନସ ଏଣିକି ଗୋଟିଏ କଣ୍ଟ୍ରୋଲ ରୁମରୁ ପରିଚାଳିତ ହେବେ । ଜାତୀୟ ଆମ୍ବୁଲାନ୍ସ କୋଡ ମୁତାବକ ଆବଶ୍ୟକୀୟ କର୍ମଚାରୀ, ଉପକରଣ ଓ ମେଡିସିନ ରହିବ ।

ପଢନ୍ତୁ: ମାତ୍ର ୩୭୦୦ ଟଙ୍କା ପାଇଁ ୭ ବର୍ଷରେ ୬୦ ଥର ଧାଇଁଲେଣି କୋର୍ଟ

 

ସମ୍ବନ୍ଧିତ ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

ଆସନ୍ତା ୨୦ରୁ ଥରାଇବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

Ratnamani Maharana

ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ

Ratnamani Maharana

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

Ratnamani Maharana

ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

Ratnamani Maharana