27.1 C
Bhubaneswar
July 23, 2021
EnewsOdia.Com
ଦେଶ ବିଦେଶ

ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ହତ୍ୟାକାରୀ

ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଜଣଙ୍କ ଦୋଷୀଙ୍କୁୁ ଫାଶୀ ଦଣ୍ଡାଦେଶ କେବେ ମିଳିବ ଏହାକୁ ଅପେକ୍ଷା କରି ରହିଛନ୍ତି ଭାରତବାସୀ।  ଏହାପରେ ଆସନ୍ତା ୭ତାରିଖରେ ପଟିଆଲା କୋର୍ଟ ୪ଅଭିଯୁକ୍ତଙ୍କ ମୃତ୍ୟୁ ପରୱାନା ଉପରେ ରାୟ ଶୁଣାଇବେ। ତେଣୁ ପଟିଆଲା କୋର୍ଟଙ୍କ ରାୟ ଉପରେ ପୂରା ଦେଶର ନଜର ରହିଛି। ତେବେ ତିିହାର ଜେଲରେ ୪ ଜଣଙ୍କ ଦୋଷୀଙ୍କୁୁ ଫାଶୀ ପାଇଁ  ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ଏକାସାଙ୍ଗରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତ । ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠଫଳକ ତିଆରି କରାଯାଇଥିବା ବେଳେ ୪ଟି ସୁଡ଼ଙ୍ଗର ନିର୍ମାଣ ମଧ୍ୟ ଶେଷ ହୋଇଥିବା ଜଣା ପଡ଼ିଛି।

ସୁଚନାନୁସାରେ, ପୂର୍ବରୁ ତିହାର ଜେଲରେ ମାତ୍ର‌ ଗୋଟେ କାଠଫଳକ ଥିବା ବେଳେ ପ୍ରଥମ କରି ଏକାସାଙ୍ଗରେ ୪ଜଣ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବାରୁ ୪ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି। ସୁଡ଼ଙ୍ଗ ନିର୍ମାଣ ପାଇଁ ଜେଲ ଭିତରକୁ ଜେସିବି ମେସିନ ଯିବା ପରେ ୪ଟି କାଠଫଳକ ଓ ସୁଡ଼ଙ୍ଗ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହା ସୋମବାର ସୁଦ୍ଧା ଶେଷ ହୋଇଛି। ଏଠାରେ ସୂଚନାଥାଉକି, ପ୍ରତ୍ୟକ ଫାଶୀଖୁଣ୍ଟ ତଳେ ଥିବା ପ୍ରତିଟି କାଠଫଳକ ତଳେ ଗୋଟେ ଗୋଟେ ସୁଡ଼ଙ୍ଗ ନିର୍ମାଣ କରାଯାଇଥାଏ। ଫାଶୀ ଦିଆଯାଇ ସାରିବା ପରେ ତଳେ ନିର୍ମାଣ ହୋଇଥିବା ସୁଡ଼ଙ୍ଗ ଦ୍ବାରା ମୃତଦେହକୁ ବାହାରକୁ ବାହାର କରାଯାଇଥାଏ।

 

ତେବେ ତିହାର ଜେଲ ପ୍ରଶାସନ ଡିସେମ୍ବର ୧୮ରେ ନିର୍ଭୟା ଦୋଷୀ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ନୋଟିସ୍‌ କରିଥିଲେ। ଏଥିରେ କୁହାଯାଇଥିଲା କି, ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ରାଷ୍ଟ୍ରପତିଙ୍କୁ  ରାଜକ୍ଷମା ଆବେଦନ କରି ପାରିବେ। ଏହି କ୍ରମରେ ଡିସେମ୍ବର ୨୫ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା ଆବେଦନର ସମୟସୀମା ରଖାଯାଇଥିବା ବେଳେ କୌଣସି ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇ ନଥିଲା।

ପଢନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ଭାଷା ଶିଖୁଛନ୍ତି ଅମିତ୍ ଶାହା

Related posts

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana

ବଜାରକୁ ଆସୁଛି ହୋଣ୍ଡାର ଆକ୍ଟିଭା ୬ ଜି

Ratnamani Maharana

ଚନ୍ଦ୍ର ଯାତ୍ରା ପାଇଁ ‘ଗାର୍ଲଫ୍ରେଣ୍ଡ୍‌’ ଖୋଜୁଛନ୍ତି ଜାପାନୀ କୋଟିପତି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More