Loading...

କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ ପାଇଁ ଇଣ୍ଟରନେଟ୍ ସେବା ଠପ

କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ ପାଇଁ ଇଣ୍ଟରନେଟ୍ ସେବା ଠପ

କେନ୍ଦୁଝରରେ ସମସ୍ତ ନେଟଓ୍ୱର୍କର ଇଣ୍ଟରନେଟ୍ ସେବା ବନ୍ଦ । ଯୋଡ଼ା ମାର୍କେଟ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଯୋଡ଼ା ସହର ଉପରେ ଛାଉଣୀ ହୋଇଛି ପୋଲିସ ।

କେନ୍ଦୁଝରରେ ସମସ୍ତ ନେଟଓ୍ୱର୍କର ଇଣ୍ଟରନେଟ୍ ସେବା ବନ୍ଦ । ଯୋଡ଼ା ମାର୍କେଟ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଯୋଡ଼ା ସହର ଉପରେ ଛାଉଣୀ ହୋଇଛି ପୋଲିସ । ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ପଦକ୍ଷେପ ନେଇଛି ପୋଲିସ । ଗୋଟିଏ ଗୋଷ୍ଠୀର ଲୋକେ ପତାକା ଧରି ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା । ଟେକା ପଥର ମାଡ଼ରେ ଉଭୟ ପକ୍ଷରୁ ଏକାଧିକ ବ୍ୟକ୍ତି ହୋଇଥିଲେ ଆହତ । ଉତ୍ତେଜନା ନିୟନ୍ତ୍ରଣ ପାଇଁ ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ଏସଡିପିଓ, ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ସ୍ଥିତି ଉପରେ ନଜର ରଖିଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.