News

କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

ଡାକସେବା ଆମପାଇଁ ନିତ୍ୟାନ୍ତ ଆବଶ୍ୟକ । ରାଜ୍ୟର ଅନ୍ୟ ସମସ୍ତ ସେବାଠାରୁ ଡାକସେବା ସର୍ବାଗ୍ରେ ରହିଛି । ଏଥିପାଇଁ ଆସନ୍ତା ୨୦୧୮ ମସିହା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସବୁ ଡାକଘରକୁ କଂପ୍ୟୁଟରୀକରଣ କରାଯିବ ।  ସମସ୍ତ ୮୧୭୫ ଡାକଘର ପାଇଁ ଏହି ବ୍ୟବସ୍ଥା ଏବଂ ଲୋକଙ୍କୁ ଉନ୍ନତ ଡାକସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ଓଡ଼ିଶା ପରିମଣ୍ଡଳ ମୁଖ୍ୟ ଡାକପାଳ ଡକ୍ଟର ସନ୍ତୋଷ କୁମାର କାମିଳା ପ୍ରକାଶ କରିଛନ୍ତି ।

ସେବା ଓ ଦେବାରେ ମିଳୁଥିବା ଆନନ୍ଦ ଆମ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଆଶୀର୍ବାଦ ହୋଇ ଫେରିବ । ଜଣେ ବ୍ୟକ୍ତି ଚାକିରି କଲାବେଳେ ଯେଭଳି ଆବେଦନ ପତ୍ର ଜରିଆରେ ଡାକ ଯୋଗାଯୋଗରୁ ଆରମ୍ଭ କରିଥାଏ ସେହିଭଳି ଆମ କର୍ମଚାରୀମାନେ ସେବା ଯୋଗାଇଦେଲେ ଏହାର ସୁଫଳ ମିଳିବ । ଡାକ ବିଭାଗର କର୍ମଚାରୀ, ପୋଷ୍ଟମ୍ୟାନ, କାଉଣ୍ଟର୍‌ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଆମେ ଏଭଳି ଏକ ସମ୍ପର୍କ ଗଢ଼ିତୋଳିବାକୁ ଚାହୁଁଛି ଯାହା ଡାକସେବା ଜରିଆରେ ଆନନ୍ଦ ବାଣ୍ଟିପାରିବ ବୋଲି ୧୯୮୬ ବ୍ୟାଚର ଭାରତୀୟ ଡାକସେବା ସେବା (ଆଇପିଏସ୍‌) ଅଧିକାରୀ ଡକ୍ଟର କାମିଳା କହିଥିଲେ ।

୧୮୫୪ ମସିହାରୁ ଭାରତରେ ଡାକସେବାର ପ୍ରଚଳନ ହୋଇଥିଲା । ଓଡ଼ିଶାରେ ଏବେ ୮୧୭୫ ଡାକଘର ରହିଛି ଯାହାକି ରାଜ୍ୟରେ ଥିବା ସବୁ ବ୍ୟାଙ୍କ ଶାଖାଠାରୁ ବି ଅଧିକ । ଏଠାରେ ଚିଠିପତ୍ରଠାରୁ ଆରମ୍ଭ କରି ବ୍ୟାଙ୍କ, ବୀମା ଆଦି ସବୁ ସେବା ମିଳୁଛି। ସମସ୍ତ ଡାକଘରେ ସ୍ପିଡ୍‌ ପୋଷ୍ଟ ସେବା ରହିଛି । ୩୦ ଜିଲ୍ଲାରେ ୩୫ ମୁଖ୍ୟ ଡାକ ଘର ରହିଛି ।

ସେ ଆହୁରି କହିଲେ, ଗ୍ରାମୀଣ ଡାକ ସେବକଙ୍କ ଜରିଆରେ ଆମେ ସେବାକୁ ଏକ ମାଧ୍ୟମ କରିଛୁ । ଖାତା, ଆର୍‌ଡି, ସୁକନ୍ୟା ସମୃଦ୍ଧି ଯୋଜନା, କିଶାନ ବିକାଶ ପତ୍ର ଆଦି ଆମ ଲୋକପ୍ରିୟ ସାମାଜିକ କଲ୍ୟାଣ ଯୋଜନା ରହିଛି । ସଞ୍ଚୟ ଖାତା ସହିତ ଆଧାର ସଂଯୋଗକୁ ଏବେ ମଧ୍ୟ ବାଧ୍ୟତାମୂଳକ କରାଯାଉଛି । ଡାକବିଭାଗ ଦେଶରେ ପ୍ରଥମ ବୀମା (୧୮୮୪) ସେବା ଆରମ୍ଭ କରିଥିଲା। ଜିଡିଏସ୍‌ ନିଯୁକ୍ତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଡାକସେବା ମାଧ୍ୟମରେ ଲୋକେ ବିଭିନ୍ନ ବିଦ୍ୟୁତ ଓ ଟେଲିଫୋନ୍‌ ବିଲ୍‌ ମଧ୍ୟ ପଇଠ କରିପାରୁଛନ୍ତି । ଭବିଷ୍ୟତରେ କୌଣସି ଦେୟ ଦେବାକୁ ଲୋକଙ୍କୁ ଯେଭଳି ବାହାରକୁ ଯିବାକୁ ପଡ଼ିବ ନାହିଁ ସେ ବନ୍ଦୋବସ୍ତ କରାଯାଉଛି । ୯ଟି ଅମୃତ ସହର ପାଣି ମଧ୍ୟ ଯୋଗାଇ ଦିଆଯାଉଛି । ସବୁ କ୍ଷେତ୍ରରେ ଗୁଣାତ୍ମକ ସେବା ଯୋଗାଇବା ଆମ ଲକ୍ଷ୍ୟ ବୋଲି କହିଥିଲେ ଡକ୍ଟର କାମିଳା ।

କଂପ୍ୟୁଟରୀକରଣ ହେବ ଡାକସେବା - ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

ପଢନ୍ତୁ, ୯ ନଭେମ୍ବର , ଗୁରୁବାର – ରାଶିଫଳ

Related posts

ଇଣ୍ଡୋନେସିଆରେ ଭୂକମ୍ପ-ସୁନାମି: ମୃତ୍ୟୁ ସଂଖ୍ୟା ୮୩୨

ENO Beuro

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସବ୍ୟାଙ୍କକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ,ଗିରଫ ବ୍ୟକ୍ତିଙ୍କୁ ମିଳିପାରିବ ଜାମିନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More