News

ଆସନ୍ତାକାଲି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ବନ୍ଦ !

ବନ୍ଦ ସମୟରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି

ଆସନ୍ତାକାଲି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିବ । ପାଥୋଲୋଜି, ରେଡିଓଲୋଜି, ଡେଣ୍ଟାଲ ଓ ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀ ସେବା ମିଳିବ ନାହିଁ । ତେବେ ଯେଉଁମାନେ ଆଗୁଆ ବେଡ଼ରେ ଅଛନ୍ତି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଅଲ୍ ଓଡ଼ିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ରାଜ୍ୟ ସରକାର ରାଜ୍ୟରେ ଥିବା ଘରୋଇ ହସ୍ପିଟାଲ ପାଇଁ ନୂଆ ଲାଇସେନ୍ସ ଦେଉନାହାଁନ୍ତି କି ପଞ୍ଜୀକରଣ ବି କରୁ ନଥିବା କାରଣରୁ ହସ୍ପିଟାଲ ବନ୍ଦ ରଖିବା ପାଇଁ ଅଲ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ନିଷ୍ପତି ନେଇଛି । ୨୦୧୪ ମସିହାରୁ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ର ପଞ୍ଜୀକରଣ ସହିତ ନବୀକରଣ କରିବା ପାଇଁ ରାଜ୍ୟସରକାର ଅର୍ଥ ନେଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛି ସଂଘ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ସରକାର ଏହାକୁ ଅଣଦେଖା କରିଥିବା ଅଭିଯୋଗ ଆଣିଛି ଅଲ୍ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିଂସମେଂଟ ଫୋରମ । ଘରୋଇ ସ୍ୱାସ୍ଥ୍ୟସେବା ଉପରେ କ୍ଲିନିକାଲ ଏଷ୍ଟାବ୍ଲିଂସମେଂଟ ଆକ୍ଟକୁ ସଂଶୋଧନ କରି ଏଥିରେ ଅଗ୍ନିଶମ ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, କର୍ମଚାରୀ ଗଣତି, ବହୁବିଧ ଟିକସବ୍ୟବସ୍ଥା ଭଳି ଅନେକ ନିୟମକୁ କୌଣସି ମାପଦଣ୍ଡ ନ ରଖି ଲଦି  ଦିଆଯାଇଥିବା ଅଭିଯୋଗ ଆଣିଛି ଫୋରମ । ଏଭଳି ମନମୁଖୀ ନିୟମକୁ ଫୋରମ ବିରୋଧ କରିବା ସହ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆସନ୍ତାକାଲି ଏକ ପ୍ରତୀକ ଧର୍ମଘଟ କରିବାକୁ ଫରୋମର ସଦସ୍ୟମାନେ ନିଷ୍ପତି ନେଇଛନ୍ତି।

ତେବେ ଆସନ୍ତା କାଲି ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ର ଉପସଭାପତି ଜଗନ୍ନାଥ ମହାପାତ୍ର ସୂଚନା ଦେଇଛନ୍ତି । ତେଣୁ ଆସନ୍ତା କାଲି ସକାଳ ୬ଟାରୁ ୨୬ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଯଦି ଏହାପରେ ରାଜ୍ୟ ସରକାର ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ଆଗାମୀ କାର୍ଯ୍ୟପନ୍ଥା ନେଇ ସଂଘ ଖୁବ ଶୀଘ୍ର ନିଷ୍ପତି ନେବ ।

ଏହି ଦିନ ରାଜ୍ୟର ପ୍ରାୟ ୯ ଶହ  ଘରୋଇ ମେଡିକାଲ ଓ ନର୍ସିଂହୋମ ବନ୍ଦ ରହିବା । ତେବେ ବନ୍ଦ ସମୟରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ପଢନ୍ତୁ ;

ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

Related posts

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

ENO Beuro

ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

ENO Beuro

Software Engineer Rajesh Gulati Allegedly Murdered His Wife & Kept In Freeze

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More