News

ସମସ୍ତ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା : ରେଳ ବଜେଟ ୨୦୧୮

ଏବେ  ସବୁ ଟ୍ରେନ ଓ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା  । ରେଳଯାତ୍ରାକୁ ଅପରାଧମୁକ୍ତ ଓ ସୁରକ୍ଷିତ କରିବାକୁ ରେଲବାଇ ଏହି ଯୋଜନା କରୁଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରାୟ ୧୨ ଲକ୍ଷ ସିସିଟିଭି କ୍ୟାମେରା କିଣାଯିବ ।

ଏଥିଲାଗି ଆଗାମୀ ବଜେଟରେ ପ୍ରାୟ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ । ସିସିଟିଭି ଜରିଆରେ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନ ଉପରେ ନଜର ରଖାଯିବ। ଏଥିପାଇଁ ଆର୍ଥିକ ବର୍ଷ ୨୦୧୮-୧୯ ବଜେଟରେ  ୩୦୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇ ପାରେ।

ଯୋଜନା ମୁତାବକ ପ୍ରତ୍ୟେକ କୋଚରେ ୮ ସିସିଟିଭି କ୍ୟାମେରା ଲଗାଯିବ, ଯାହା ଗେଟ ଏବଂ କରିଡରକୁ କଭର କରିବ।  ଏହା ଛଡା ଷ୍ଟେସନ ଉପରେ ମଧ୍ୟ ଜାଗା ଜାଗାରେ କ୍ୟାମେରା ଲଗାଯିବ।  ଏବେ ୩୯୫ ରେଲଓ୍ଵେ ଷ୍ଟେସନ ଏବଂ ୫୦ଟି ଟ୍ରେନରେ ସିସିଟିଭି କ୍ୟାମେରା ଲାଗିଛି।

ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଗାମୀ ୨ ବର୍ଷରେ ସମସ୍ତ ମେଲ, ଏକ୍ସପ୍ରେସ, ରାଜଧାନୀ, ଶତାବ୍ଦୀ, ଦୂରନ୍ତ ଏବଂ ଲୋକାଲ ପ୍ୟାସେଞ୍ଜର ଟ୍ରେନ ଗୁଡିକରେ ମଧ୍ୟ ଆଧୁନିକ ସର୍ଭିଲାନ୍ସ ସିଷ୍ଟମ ଲଗାଯିବ। ରେଲଓ୍ଵେ  ଫଣ୍ଡ ଜୁଟାଇବା ପାଇଁ ସମସ୍ତ ବିକଳ୍ପ ଉପରେ ବିଚାର କରାଯିବ ଏବଂ ଆବଶ୍ୟକ ପଡିଲେ ବଜାରରୁ ମଧ୍ୟ ଫଣ୍ଡ ଯୋଗାଡ଼ କରାଯିବ।  ଗତ ବର୍ଷରେ ଅନେକ ରେଳ ଦୁର୍ଘଟଣା ଦେଖିବା ପରେ ରେଳ ବଜେଟରେ ସୁରକ୍ଷା ଏବଂ ଦୁର୍ଘଟଣାକୁ ରୋକିବା ଉପରେ ପୁରା ଜୋର ଦିଆଯିବ।

ପଢନ୍ତୁ ;

କିଭଳି ଆପଣଙ୍କ ସାଥୀଙ୍କ ହାତ ଧରିବେ ଜାଣିଛନ୍ତି କି ? କାହିଁକି ନାଁ ଏଥିରୁ ଆପଣଙ୍କ ସମ୍ପର୍କର ଗଭୀରତା ଜଣାପଡିଥାଏ;ଜାଣନ୍ତୁ ?

 

Related posts

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

ENO Beuro

ରାମନାଥ କୋବିନ୍ଦ ଦେଶର ୧୪ ତମ ରାଷ୍ଟ୍ରପତି, ନିର୍ବାଚନରେ ୬୫.୬୫ ପ୍ରତିଶତ ଭୋଟ ରେ ଆଗୁଆ

ENO Beuro

ପୌରପାଳିକା ଉପ ନିର୍ବାଚନ : ମାତ୍ର ୫ଦିନ ରହିଲା

ENO Beuro

Leave a Comment