• Home
  • News
  • ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ
News

ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପରଲୋକ ପାଇଁ  ଆଜି ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି। ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକପାଳନ ପାଇଁ ମଧ୍ୟ ଘୋଷଣା କରାଯାଇଛି । ୭ ଦିନ ପର୍ଯ୍ୟନ୍ତ କୌଣସି ସରକାରୀ ଉତ୍ସବ ପାଳନ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।ଏହି ସାତଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ସେହିପରି ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ପୂର୍ବକ ଆଜି ଏନ୍‍ଆଇ ଆକ୍ଟ ଅନୁଯାୟୀ ରାଜ୍ୟର ସବୁ ବ୍ୟାଙ୍କ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଜଣାଯାଇଛି।

vaj ସ୍କୁଲ ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ vaj

ସୂଚନାଯୋଗ୍ୟ ଯେ, ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଅପରାହ୍ଣ ୦୫.୦୫ରେ ଶ୍ରୀ ବାଜପେୟୀ ଏମ୍ସରେ ଚିକିତ୍ସିତ ଥିବା ଅବସ୍ଥାରେ ପରଲୋକ ଗମନ କରିଛନ୍ତି।

ପଢନ୍ତୁ;ଅନ୍ତିମ ଯାତ୍ରାରେ ଅଟଳ,ଦିଲ୍ଲୀସ୍ଥିତ ବାସଭବନରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର

Related posts

ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

Krishna Kumar Manoj

ମହମ୍ମଦ ସାମିଙ୍କ ଦୁର୍ଘଟଣା ପରେ ଶାନ୍ତ ପଡିଲେ ହସିନ୍ ଜହାଁ

Krishna Kumar Manoj

ଏବେ ସହିଦଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More