LIFESTYLE

ସୁନ୍ଦର ତ୍ୱଚା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ ମହିଳାମାନେ ନିଜକୁ ଅଧିକ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଆଉ ଏଥିପାଇଁ ଅଧିକାଂଶ ସମୟ ସେମାନଙ୍କର ପାର୍ଲରେ ହିଁ କଟିଥାଏ । ତେବେ ଆଜି ଆମେ ଆପଣଙ୍କୁ ତ୍ୱଚା ଅନୁସାରେ କିଛି ଘରୋଇ ପ୍ୟାକ୍ ପ୍ରସ୍ତୁତ ଉପରେ ଜଣାଇବୁ ଯାହା ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହ ଆପଣ ଖର୍ଚ୍ଚାନ୍ତରୁ ମଧ୍ୟ ମୁକ୍ତି ପାଇବେ।

ସୁନ୍ଦର ତ୍ୱଚା ପାଇଁ ଘରୋଇ ଟିପ୍ସ

ସମାନ ପରିମାଣର ପାଚିଲା ଅମୃତ ଭଣ୍ଡା, କାକୁଡି ରସରେ ଏକ ଚାମଚ ଗ୍ଲିସେରିନ ମିଶାଇ ଏହାକୁ ଭଳଭାବରେ ଗୋଳାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାପରେ ମୁହଁକୁ ପରିଷ୍କାର ପାଣିରେ ଭଲଭାବରେ ଧୋଇ ସଫାକରି ଏହି ପ୍ୟାକକୁ ସଂପୂର୍ଣ୍ଣ ମୁହଁରେ ଲଗାନ୍ତୁ । ଏହାକୁ ପାଖାପାଖି ୨୦ ମିନିଟ୍ ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ସେଓ,ଟମାଟୋ ଓ କମଳାକୁ ଭଲ ଭାବେ ବାଟି ଦିଅନ୍ତୁ । ଆଉ ମୁହଁକୁ ଥଣ୍ଡା ପାଣିରେ  ଭଲଭାବରେ  ଧୋଇ ଏହି ବଟାକୁ ଲଗାଇ ୨୦ ମିନିଟ୍ ଶୁଖିବାକୁ ଛାଡିଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ସଫା କରି ଦିଅନ୍ତୁ । ଏହା ବ୍ୟତୀତ, ଅମୃତଭଣ୍ଡା,ଟମାଟୋ ଓ ଲେମ୍ବୁ ରସ ମିଶାଇ ମଧ୍ୟ ପ୍ୟାକ ତିଆରି କରିପାରିବେ ।

ଅଧକପ୍ ଡାଳିମ୍ବ ରସକୁ ଭଲ ଭାବେ ବେକ ଓ ମୁହଁରେ ଲଗାନ୍ତୁ । ୩-୪ ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ସଫା କରିଦିଅନ୍ତୁ । ସପ୍ତାହରେ ଦୁଇ ଥର ଏପରି କରିବାଦ୍ୱାରା ତ୍ୱଚାରୁ ତୈଳାଂଶ ଦୂର ହୋଇଥାଏ । ଆଉ ତ୍ୱଚାରେ ଉଜ୍ଜଳତା ଆସିଥାଏ ।

ପାଚିଲା ଅମୃତଭଣ୍ଡା, କଦଳୀ ଓ ଅଳ୍ପ ପରିମାଣର ମଲାଇ ମିଶାଇ ଏହାକୁ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାଛଡା ଏଥିରେ ମଧ୍ୟ ଆପଣ ଗାଜର ଓ ଗ୍ଲାସେରିନ ବ୍ୟବହାର କରିପାରିବେ । ତେବେ ଏହି ପ୍ୟାକକୁ ମୁହଁ, ବେକ ଏବଂ ପାପୁଲିରେ ଭଲଭାବରେ ଲଗାଇ ପାଖାପାଖି ଅଧଘଂଟା ରଖନ୍ତୁ । ଏହାପରେ ଏହାକୁ ଉଷୁମ ପାଣିରେ ଧୋଇ ସଫା କରିଦିଅନ୍ତୁ ।

ପଢନ୍ତୁ ;

ଆପଣ ଡାଏଟ କରୁଛନ୍ତି କି?ତେବେ ଆସନ୍ତୁ ଜାଣିବା ଡାଏଟ ସମୟରେ ଭାତ ନାଁ ରୁଟି ଖାଇବେ

Related posts

ଚର୍ମ ରୋଗ ଏକଜିମା ର ଲକ୍ଷଣ ଓ ଘରୋଇ ଚିକିତ୍ସା ବିଷୟରେ ଜାଣନ୍ତୁ

ENO Beuro

ଆପଣ ରାତିରେ କେଶ ସଫା କରୁଛନ୍ତି କି? ସାବଧାନ ! ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇଥାଏ

ENO Beuro

କେଶ ସମସ୍ୟାରୁ ମୁକ୍ତି ପାଇଁ ନିତ୍ୟ ବ୍ୟବହାର୍ଜ୍ୟ ଅଦା ର ବ୍ୟବହାର ବିଷୟରେ ନଜର ପକାନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More