ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ ବୈଧ : ବିନା ସଙ୍କୋଚରେ ବ୍ୟବହାର କରନ୍ତୁ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚିତ କରାଯାଇଛି। ପୂର୍ବରୁ କେତେକ ବ୍ୟବସାୟୀ ଏପରି କଏନ୍‌ ବୈଧ ନୁହେଁ ବୋଲି କହୁଥିଲେ। ୧୦ ଟଙ୍କିଆ କଏନ୍‌ର ୧୪ଟି ଡିଜାଇନରେ ଭାରତର ବିଭିନ୍ନ ସଂସ୍କୃତି ତଥା ତଥ୍ୟକୁ ପ୍ରଦର୍ଶନ କରାଯାଇଛି। କଏନ୍‌ ଗୁଡିକ ଭିନ୍ନ ଭିନ୍ନ ସମୟରେ ମଧ୍ୟ ତିଆରି ହୋଇଛି। ଏସମସ୍ତ ଡିଜାଇନ୍‌ ବୈଧ। ଏହାକୁ ନେଇ କୌଣସି ଗୁଜବ ଉଠାଯିବା ଅନୁଚିତ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ୧୦ ଟଙ୍କିଆ କଏନ୍ ଗ୍ରହଣ କରିବାକୁ ଅମଙ୍ଗ ହେଉଥିବା ଖବର ପହଞ୍ଚିବା ପରେ ରିଜର୍ଭ ବ୍ୟାଙ୍କ ଏହି ସ୍ପଷ୍ଟୀକରଣ ଜାରି କରିଛି । ଏକ ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୧୦ ଟଙ୍କିଆ କଏନ୍ର ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ କେତେକ ବ୍ୟବସାୟୀ ଏବଂ ସାଧାରଣ ଲୋକ ତାହାକୁ ନେବା ପାଇଁ ମନା କରୁଥିବା ଖବର ଆମ ନଜରକୁ ଆସିଛି । ସମସ୍ତ ୧୪ ପ୍ରକାର ଡିଜାଇନର ୧୦ ଟଙ୍କିଆ କଏନ୍ ବୈଧ ବୋଲି ରିଜର୍ଭ ବ୍ୟାଙ୍କ ଦୋହରାଇଛି।

ଭାରତ ସରକାର ଉତ୍ପାଦନ କରିଥିବା ଏହି ସବୁ କଏନ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ବଜାରରେ ପ୍ରଚଳନ କରିଛି। ବିଭିନ୍ନ ସମୟରେ ରିଜର୍ଭ ବ୍ୟାଙ୍କ ଭିନ୍ନ ଭିନ୍ନ ଡିଜାଇନ୍ର ୧୦ ଟଙ୍କିଆ କଏନ୍ ବଜାରକୁ ଛାଡ଼ିଛି । ପ୍ରତି ଡିଜାଇନର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ଛବି ରହିଛି ।

କାବରାର ବେଳେ କଏନ୍ ଗ୍ରହଣ କରିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଜାରି କରାଯାଇଛି। ୨୦୦୯ରେ ୧୦ ଟଙ୍କିଆର ଦୁଇଟି ଡିଜାଇନ୍, ୨୦୧୦ରେ ୨ଟି ଡିଜାଇନ, ୨୦୧୧, ୨୦୧୨, ୨୦୧୩ ଏବଂ ୨୦୧୪ରେ ଗୋଟିଏ ଲେଖାଏଁ ଡିଜାଇନ, ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ପ୍ରତିବର୍ଷ ଦୁଇଟି ଲେଖାଏଁ ଡିଜାଇନର ୧୦ ଟଙ୍କିଆ କଏନ୍ ବଜାରରେ ପ୍ରବେଶ କରାଯାଇଥିଲା ।

ପଢନ୍ତୁ ;

ବିଜୟଲକ୍ଷ୍ୟରେ ଭାରତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More