EnewsOdia.Com

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

ୱାଡରଙ୍କ କବଜାରେ ରହିଛି ଜିଲ୍ଲା କାରାଗାର । ଅଭିଯୁକ୍ତଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ପୁରୀ ଜେଲ। ଗୋଟିଏ ଫୋନ କଲ ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା  । ନଚେତ ଖାଇବାକୁ ପଡୁଛି ନିର୍ଘାତ ମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାରାଗାରରେ  । ଗତ ୨୨ତାରିଖ ଦିନ ଏକ ପାଟିତୁଣ୍ଡ ଅଭିଯୋଗକୁ ଭିତ୍ତି କରି ପୁରୀ ବାସେଳି ସାହି ଥାନା ପୋଲିସ ବିଜୟକୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା । ୨୩ତାରିଖ ଦିନ ନିଜ ଜାମିନ ସମ୍ବନ୍ଧୀୟ ଖବର ପାଇ ଘରକୁ ଫୋନ କରିବାକୁ ବିଜୟ କାରାଗାର ମଧ୍ୟରେ ଥିବା ଟେଲିଫୋନ ନିକଟକୁ ଯାଇଥିଲେ।

ସେଠାରେ ୱାର୍ଡକୁ ସମ୍ଭାଳୁଥିବା କିଛି ବ୍ୟକ୍ତି ଫୋନ କରିବା ପାଇଁ ବିଜୟଙ୍କୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ୧୦୦ ଟଙ୍କା ଦେଲେ ଫୋନ୍‌ କରିପାରିବୁ ବୋଲି କହିଥିଲେ । ଏନେଇ ବିଜୟ କାରଣ ପଚାରିବାରୁ ତାଙ୍କୁ ନିର୍ଧୁମ୍  ପିଟିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଏ ଘଟଣା ସମ୍ବନ୍ଧରେ ଅଭିଯୋଗ କଲେ ଏନଡିପିଏସ କେସରେ ଗୁନ୍ଥି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ଗତ ୨୩ତାରିଖରୁ ବିଜୟ ପୁରୀ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲା କାରାଗାରରେ ପୋଲିସ ନିୟୋଜିତ ଥିବା ସତ୍ୱେ ଏଭଳି ଘଟଣା କାହା ନଜରକୁ କେମିତି ଆସିଲା ନାହିଁ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି ।

ପଢନ୍ତୁ: ଏବେ ଟିଭି ଦେଖୁଥିବା ଲୋକଙ୍କୁ ସେଟ୍ ଅପ୍ ବକ୍ସ ଲଗାଇବା ପାଇଁ କରିବାକୁ ପଡିବ KYC

ସମ୍ବନ୍ଧିତ ଖବର

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

ଚନ୍ଦ୍ରରେ କଳଙ୍କ କାହିଁକି! ପ୍ରଶ୍ନର ଉତ୍ତର ଦେଲା ନାସା

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Ratnamani Maharana

୩୧ ତାରିଖରେ ୯ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana