ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନା କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଲାଗି ପଦକ୍ଷେପ ତାକୁ ନେଇ ଉଠିଛି ପ୍ରଶ୍ନ ।
ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନା କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଲାଗି ପଦକ୍ଷେପ ତାକୁ ନେଇ ଉଠିଛି ପ୍ରଶ୍ନ । ସରକାରୀ କଲେଜର ସିଟ୍ ଖାଲି ପଡୁଥିବା ବେଳେ ଅଧିକ ଘରୋଇ କଲେଜ୍ର ଆବଶ୍ୟକତା କଣ ବୋଲି ପଚାରିଛି ଅଧ୍ୟାପକ ସଂଘ । ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତି ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋସାହିତ କରିବ ବୋଲି ମଧ୍ୟ କୁହାଯାଉଛି ।
ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ । ଗତ ମାସ ୯ ତାରିଖରେ ବସିଥିବା ହାଇପାୱାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଅଂଚଳର ଶୈକ୍ଷିକ ଆବଶ୍ୟକତାକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ । ସେହିପରି ଆବଶ୍ୟକସ୍ଥଳେ ନୂଆ କୋର୍ସ ସାମିଲ ପାଇଁ ବି ଅନୁମତି ଦିଆଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ହାଇପାୱାର କମିଟି ମତ ଦେଇଛି । ଘରୋଇ କଲେଜଗୁଡିକର ପ୍ରାଦୁର୍ଭାବ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ନୂଆ ଘରୋଇ କଲେଜ ଖୋଲିବା ଉପରେ ୫ ବର୍ଷିୟା କଟକଣା ଲଗାଇଥିଲା ।ଉଚ୍ଚ ଶିକ୍ଷା ବିଭାଗ ହାଇ ପାୱାର କମିଟିର ଏହି ନିଷ୍ପତିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ରାଜ୍ୟରେ ଏବେ ୫୩ ଟି ସରକାରୀ ଓ ୫ଶହ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରହିଛି । ଏ ସବୁ କଲେଜ୍ର ସିଟ ସଂଖ୍ୟା ୨ଲକ୍ଷ ୫୫ ହଜାର ୯୧୩ । ଏଥି ମଧ୍ୟରୁ ଚଳିତ ବର୍ଷ ଲକ୍ଷେ ୯୮ ହଜାର ୫୧୮ ସିଟ୍ରେ ଆଡ଼ମିଶନ ହୋଇଛି । ଅର୍ଥାତ୍ ୫୭ ହଜାର ୩୯୫ ସିଟ୍ ଖାଲି ପଡ଼ିଛି । ଏଭଳି କ୍ଷେତ୍ରରେ ଅଧିକ ଘରୋଇ କଲେଜ୍ ଖୋଲିବାର ଆବଶ୍ୟକତା କଣ? କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇନାହାନ୍ତି ? ଉଚ୍ଚ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଅଧ୍ୟାପକ ସଂଘ ସମାଲୋଚନା କରିଥିବା ବେଳେ ବେସରକାରୀ କଲେଜ୍ ଅଧ୍ୟକ୍ଷ କିନ୍ତୁ ସ୍ୱାଗତ କରିଛନ୍ତି ।
ପୂର୍ବରୁ ସେଲ୍ଫ ଫାଇନାନ୍ସିଂ କୋର୍ସ ବନ୍ଦ ଲାଗି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । ଏବେ କିନ୍ତୁ ଏହି କଟକଣାକୁ ଉଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଘରୋଇ ଡିଗ୍ରୀ କଲେଜ ଖୋଲିବା ନିଷ୍ପତ୍ତି ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରିବ ନାହିଁ ତ, ତାକୁ ନେଇ ବି ଉଠିଛି ପ୍ରଶ୍ନ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।