26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ତେଲୁଗୁ ଚଳଚ୍ଚିତ୍ରରେ ଏକାଠି ସାମନ୍ଥାଙ୍କ ସହ ନଜର ଆସିବେ ଅଲ୍ଲୁ ଅର୍ଜୁନଙ୍କ ଝିଅ

ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଥାପିବେ ତେଲୁଗୁ ସିନେଜଗତର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ। ଏନେଇ ଟ୍ୱିଟର ଜରିଆେରେ ସୂଚନା ଦେଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। ସେ ଗର୍ବର ସହ ପ୍ରକାଶ କରିଛନ୍ତି ଯେ, ତାଙ୍କ ଝିଅ ଆରହା ଅଭିନୟ ଦୁନିଆରେ ପାଦ ଥାପୁଛନ୍ତି।

ଲୋକପ୍ରିୟ ଟଲିଉଡ଼ ଅଭିନେତ୍ରୀ ସାମନ୍ଥା ଅକ୍କିନେନିଙ୍କ ଆଗାମୀ ଚଳଚ୍ଚିତ୍ର ‘ଶକୁନ୍ତଳାମ୍’ ଜରିଆରେ ସେ ଟଲିଉଡ଼ରେ ଏଣ୍ଟ୍ରି କରିବେ। ଏଥିରେ ସେ ପ୍ରିନ୍ସ ଭରତ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଗୁଣଶେଖର। ତାଙ୍କ ଝିଅକୁ ଏହି ସୁବର୍ଣ୍ଣ ସୁଯୋଗ ଦେଇଥିବାରୁ ଅଲୁ ଅର୍ଜୁନ ଗୁଣଶେଖର ଏବଂ ନିର୍ମାତା ନୀଳିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନଙ୍କ ପରିବାର ବହୁ ଆଗରୁ ଅର୍ଥାତ୍ ବାପା ଜେଜେବାପା କାଳରୁ ସିନେଜଗତ ସହ ଜଡ଼ିତ। ଆରହା ହେଉଛନ୍ତି ତାଙ୍କ ପରିବାରର ଚତୁର୍ଥ ପିଢିର କଳାକାର।

ପଢନ୍ତୁ: ଏଣିକି ପୂର୍ଣ୍ଣ କ୍ଷମତା ଓ ଶନିବାର ଛୁଟିରେ ଚାଲିବ ସରକାରୀ ଅଫିସ

Related posts

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

Ratnamani Maharana

ପରଲୋକରେ ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌

Ratnamani Maharana

ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More