News

୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

verma

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଗତକାଲି ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଆଲୋକ ବର୍ମାଙ୍କୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ପଦରୁ ପୁଣି ବିଦା କରାଯାଇଛି। ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ସନ୍‌ ପ୍ୟାନେଲ୍‌ କମିଟିର ଛାଟ ତାଙ୍କ ଉପରେ ପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ସେ ତାଙ୍କର ଅନୁଗତ ଥିବା ୧୦ ଜଣ ଅଧିକାରୀଙ୍କ ବଦଳି ଉପରେ ରୋକ୍‌ ଲଗାଇବା ସହିତ ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର କେ. ନାଗଶ୍ୱର ରାଓ ପୁଣି ଦାୟିତ୍ୱରେ ରହିବାର ସମ୍ଭାବନା ରହିଛି ।

verma

ଦୁର୍ନୀତି ମାମଲାର ସମ୍ମୁଖୀନ ହୋଇଥିବା ଆଲୋକ ବର୍ମା ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ଦୀର୍ଘ ୭୭ ଦିନ ଛୁଟିରେ ରହିବା ପରେ ଗତ ବୁଧବାର ଦିନ ନିଜ ପଦ ଫେରିପାଇଥିଲେ । ମାତ୍ର ୩୬ ଘଣ୍ଟା ପଦରେ ରହିବା ଭିତରେ ସେ କାମଚଳା ନିର୍ଦ୍ଦେଶକ ନାଗେଶ୍ୱର ରାଓ ନେଇଥିବା ବଦଳି ନିଷ୍ପତ୍ତିକୁ ବାତିଲ କରିଦେଇଥିଲେ । ଏହା ସହିତ କେତେକ ଅଫିସରଙ୍କୁ ବଦଳି କରିଦେଇଥିଲେ ।

ପଢନ୍ତୁ; ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣୀ, ଖଣ୍ଡପୀଠରୁ ଓହରିଗଲେ ଜଷ୍ଟିସ୍‌ ଲଳିତ

Related posts

ଓଡ଼ିଶା ଧର୍ମାନୁଷ୍ଠାନ,ସଂସ୍କୃତିକୁ ଅପମାନ ମହଙ୍ଗା ପଡିଲା,ଜେଲରେ ଆୟାର

ENO Beuro

ପ୍ରଥମ ପର୍ଯ୍ୟାୟରେ ୪୭ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

ENO Beuro

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

ENO Beuro

Leave a Comment