Entertainment

ଆଲୋକନାଥଙ୍କ ନାମରେ ବଳତ୍କାର ଅଭିଯୋଗ

alok

ବଲିଓଡ କଳାକାରଙ୍କ ନାଁରେ ଅସୁଛି ଯୌନ ଶୋଷଣର ଅଭିଯୋଗ। ବଲିଉଡ ତାରକା ନାନା ପାଟେକରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏବେ ଆଲୋକନାଥଙ୍କ ନାଁରେ ମଧ୍ୟ ଆସିଛି ସମାନ ଅଭିଯୋଗ।

ବିନ୍‌ତା ନନ୍ଦା ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‍ ଜରିଆରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ‘ମୋତେ ଏକ ପାର୍ଟିକୁ ଡକାଯାଇଥିଲା। ଉକ୍ତ ସଂସ୍କାରୀ ବ୍ୟକ୍ତିଙ୍କର ପତ୍ନୀ ଓ ମୋର ସବୁଠୁଁ ଭଲ ସାଙ୍ଗ ସେତେବେଳେ ସହରରେ ନଥିଲେ। ମୋତେ ଏକ ପାର୍ଟିକୁ ଡକାଯାିଥିଲା । ଏହି ପାର୍ଟିରେ କେତେ ଖାସ ସାଙ୍ଗ ଓ ଥିଏଟର ସହିତ ଜଡ଼ିତ ଲୋକ ମଧ୍ୟ ଆସୁଥିବାର ଜାଣି ମୁଁ ପାର୍ଟିରେ ଯୋଗ ଦେବାକୁ ମନା ରାଜି ହୋଇଥିଲି। ପାର୍ଟି ଚାଲିଥିବା ବେଳେ ମୋର ଡ୍ରିଙ୍କିସ୍‌ରେ କିଛି ମିଶାଇ ପିଇବାକୁ ଦିଆଗଲା। ମୋତେ କିଛି ଅଜବ ଲାଗିଲା।କିନ୍ତୁ ମୁଁ ଜାଣି ପାରି ନଥିଲି। ରାତି ପ୍ରାୟ ଦୁଇଟା ବେଳେ ମୁଁ ତାଙ୍କ ଘରୁ ବାହାରିଲି।

alok

ତା’ ପରଦିନ ଖରାବେଳେ ଯେତେବେଳେ ଶୋଇକି ଉଠିଲି,ମୁଁ ଯନ୍ତ୍ରଣା ଅନୁଭବ କରିଲି। ତା’ପରେ ମତେ ଅନୁଭବ ହେଲା କି ମୋର ବଳାତ୍କାର ହୋଇଛି। ସେ ସମୟରେ ୧୯୯୪ର ଲୋକପ୍ରିୟ ଟିଭି ସିରିଏଲ୍‌ ‘ତାରା ’ପାଇଁ ମୁଁ କାମ କରୁଥିଲି।’

ସେତେବେଳେ ସେହି ପରଦାର ସଂସ୍କାରୀ ବ୍ୟକ୍ତିଙ୍କ ବିରୋଧରେ ମୁହଁ ଖୋଲି ନଥିଲି। ହେଲେ ଏବେ ୨୪ବର୍ଷ ପରେ ମୋର ଆତ୍ମବିଶ୍ୱାସ ଫେରି ଆସିଛି ଓ ସେଥିପାଇଁ ସେହି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିଛି।

ତାଙ୍କ ଅଭିଯୋଗକୁ ଭିତ୍ତି କରି ସିଆଇଏନ୍‍ଟିଏଏ ସାଧାରଣ ସମ୍ପାଦକ ସୁଶାନ୍ତ ସିଂହ ଇତିମଧ୍ୟରେ ଆଲୋକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ ବୋଲି କହିଛନ୍ତି। ଏଥିସହ ଆଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ବିନତାଙ୍କୁ ପରାମର୍ଶ ଦେଇଛନ୍ତି।

ପଢନ୍ତୁ;ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Related posts

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା

ENO Beuro

ରେଡିଓ ଚକଲେଟର “ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ” ଭୋଟିଂ ଶେଷ, ଯାଣନ୍ତୁ ସମ୍ମାନିତ ବ୍ୟକ୍ତିତ୍ଵଙ୍କ ବିଷୟରେ

ENO Beuro

ରିଲିଜ୍‌ ହେଲା ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟ୍ରେଲର !

ENO Beuro

Leave a Comment