News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ ପଞ୍ଚାଯତ ପାଇଁ ୧୯୫୫ ପ୍ରକଳ୍ପ

nabin

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୯ଟି ବ୍ଲକର ୧୯୨ଟି ପଞ୍ଚାୟତ ପାଇଁ ୩୯ କୋଟି ୮୩ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ଏଥିରେ ୧୯୫୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ ଦେଇଛନ୍ତି।

nabin

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଡ଼ମ୍ବା ବ୍ଲକର ୩୮ଟି ପଞ୍ଚାୟତ ପାଇଁ ୬.୦୨ କୋଟି ଟଙ୍କାରେ ୩୮୩ଟି ପ୍ରକଳ୍ପ, ତିଲେଇବଣୀ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୩.୪୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, କୋଲାବିରା ବ୍ଲକର ୯ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାର ୫୮ଟି ପ୍ରକଳ୍ପ ଉପରେ ମୋହର ଲାଗିଥିଲା। ସେହିଭଳି ଲାଇକେରା ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୬.୫୫ କୋଟି ଟଙ୍କାରେ ୨୯୧ଟି ପ୍ରକଳ୍ପ, ଜୟପୁର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୬.୫୫ କୋଟି ଟଙ୍କାରେ ୨୯୧ଟି ପ୍ରକଳ୍ପ, ଜୟପୁର ବ୍ଲକର୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୩୪ଟି, ଜୟପୁର ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୩୦୫ଟି ପ୍ରକଳ୍ପ, ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୨୮୩ଟି ପ୍ରକଳ୍ପ ଏବଂ ଡୁଙ୍ଗୁରିପାଲି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୪.୩୨କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୋଟ ୧୯୨ଟି ପଞ୍ଚାୟତ ପାଇଁ ୧୯୫୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପଢନ୍ତୁ; ଫେବୃୟାରୀ ୭ରୁ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

Related posts

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

ଆଜି ଠାରୁ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ବିବାଦୀୟ ଢ଼ାଞ୍ଚା ପ୍ରସଙ୍ଗରେ ନିୟମିତ ଶୁଣାଣି

ENO Beuro

ରାଜ୍ୟରେ କାଳବୈଶାଖୀ ପ୍ରଭାବ:ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ENO Beuro

Leave a Comment