News

ଆମ ଗାଁ ଆମ ବିକାଶ: ୨୧୧ ପଞ୍ଚାୟତକୁ ମିଳିଲା ୪୯.୭୩ କୋଟି

nabin

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୭ ଜିଲ୍ଲାର ୮ଟି ବ୍ଲକକୁ ୪୯.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିରେ ୧୭୯ଟି ପ୍ରକଳ୍ପ ହେବ। ଏହି ବ୍ଲକ ଗୁଡ଼ିକ ହେଲା ଭଦ୍ରକ ଜିଲ୍ଲାର ଧାମନଗର, କଟକ ଜିଲ୍ଲାର କଟକ ସଦର, ଗଞ୍ଜାମର ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ଭବାନୀପାଟଣା, କେନ୍ଦୁଝର ଜିଲ୍ଲାର ତେଲକୋଇ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ।

nabin

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରାଜ୍ୟର ୨୬୯ଟି ବ୍ଲକର ୫,୯୪୫ଟି ଗ୍ରାମ ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର‌୍ୟ୍ୟନ୍ତ ୫୪ ହଜାର ୭୮୬ଟି ପ୍ରକଳ୍ପ ପାଇଁ ୧୩୬୨.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଶୁକ୍ରବାରରେ ଥିବା  କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ ଓ ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପଢନ୍ତୁ;  ଆହୁରି ୩ଦିନ ଅସହ୍ୟ ଜାଡ, ନୂଆବର୍ଷରୁ ଥଣ୍ଡା କମିବ

Related posts

ସାଇବର କ୍ରାଇମକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କଠୋର ଉପଦେଶନାମା ଜାରି

ENO Beuro

ରାଫେଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି

ENO Beuro

ଆଇସିଜେରେ ଦ୍ୱିତୀୟ ଥର ପାଇଁ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି

ENO Beuro

Leave a Comment