News

ଖୁବଶୀଘ୍ର ବ୍ଲକସ୍ତରରେ ଆୟୋଜିତ ହେବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

୫୦ତମ ପଞ୍ଚାୟତ ହେଲା କେନ୍ଦୁଝରର ମଇଦାନକେଲ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତିରୁ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୫୦ତମ ପଞ୍ଚାୟତାରେ ପହଞ୍ଚିଛି । ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ।  କେନ୍ଦୁଝରର ମଇଦାନକେଲ ପଞ୍ଚାୟତ ହୋଇଛି ଏହି କାର୍ଯ୍ୟକ୍ରମର ୫୦ତମ ପଞ୍ଚାୟତା ।

ଏହି କାର୍ଯ୍ୟକ୍ରମର ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ , ଗାନ୍ଧୀଜୀଙ୍କ ଭାଷାରେ ଭାରତର ଆତ୍ମା ଗାଁରେ ରହିଛି । ବିଜୁ ବାବୁ ମଧ୍ୟ ଗାଁ ଲୋକଙ୍କ ପାଖରେ ବିକାଶର ସବୁ ସୁବିଧା ପହଞ୍ଚାଇବା ପାଇଁ ଗୁରୁତ୍ଵ ଦେଉଥିଲେ । ଆଜି ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୫୦ଟି ପଞ୍ଚାୟତର ଲୋକମାନଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ସହିତ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ର୍ତ୍ତମାନ ସୁଦ୍ଧା ୫୦ଟି ପଞ୍ଚାୟତ ପାଇଁ ୨୧ କୋଟି ୩୭ ଲକ୍ଷ ଟଙ୍କାର ୪୬୦ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଖୁବ୍‌ ଶୀଘ୍ର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ବ୍ଲକ୍‌ ସ୍ତରରେ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି କେନ୍ଦୁଝର ଜିଲ୍ଲାର ମଇଦାନକେଲା ଗ୍ରାମ ପଞ୍ଚାୟତ, ଗଞ୍ଜାମ ଜିଲ୍ଲାର ଅଳସୁଗୁମା, ବଲାଙ୍ଗୀର ଜିଲ୍ଲାର ବର୍ଥଲା ଓ ସୁନ୍ଦରଗଡ଼ ଜିଲ୍ଲାର ଭେଡ଼ାବାହାଲ ପଞ୍ଚାୟତ ପାଇଁ ୧ କୋଟି ୪୧ ଲକ୍ଷ ଟଙ୍କାର ୩୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି । ଏହା ମଧ୍ୟରେ ଅଛି ମଇଦାନକେଲା ପଞ୍ଚାୟତର ୩୭ ଲକ୍ଷ ଟଙ୍କାର ୧୦ଟି, ଗଞ୍ଜାମ ଜିଲ୍ଲାର ଅଳସୁଗୁମା ପଞ୍ଚାୟତର ୩୪ ଲକ୍ଷ ଟଙ୍କାରେ ୬ଟି, ବର୍ଥଲା ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୯ଟି ଏବଂ ଭେଡ଼ାବହାଲ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।

ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନ କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ସଚିବ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।

ପଢନ୍ତୁ ;

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର:ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଲାଲା ଆହତ!

Related posts

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଆମ ଗାଁ ଆମ ବିକାଶ:୧୨୩ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୫.୪୦ କୋଟି

ENO Beuro

ଆଜିଠୁ ଆରମ୍ଭ ହେଲା କୃଷି ଓଡ଼ିଶା ମହୋତ୍ସବ

ENO Beuro

1 comment

Leave a Comment