‘ଆମ ଗାଁ ଆମ ବିକାଶ’ ଯୋଜନା : ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ । ସଦର ମହକୁମାଠାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ଗୁରୁବାର ସରପଞ୍ଚ ଅଗନ୍ତା ପ୍ବବାରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ପଞ୍ଚାୟତରେ ୧୧ଟି ପ୍ରକଳ୍ପ ନିମନ୍ତେ ଅନୁଦାନର ଆବଶ୍ୟକତା ଥିବା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଗ୍ରାମ ପଂଚାୟତର ୩୪ ଲକ୍ଷ ଟଙ୍କାରେ ୧୧ଟି , ସୋନପୁର ଜିଲ୍ଲାର ହିଲୁଙ୍ଗା ଗ୍ରାମପଂଚାୟତର ୩୩ ଲକ୍ଷ ଟଙ୍କାରେ ୭ଟି , ମୟୁରଭଂଜ ଜିଲ୍ଲାର ସାନଖୁଂଟା ଗ୍ରାମ ପଂଚାୟତର ୩୫ ଲକ୍ଷ ଟଙ୍କାରେ ୯ଟି ଏବଂ ନୟାଗଡ ଜିଲ୍ଲାର କୋରଡା ଗ୍ରାମ ପଂଚାୟତର ୩୪ ଲକ୍ଷ ଟଙ୍କାରେ ୯ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।

ଭିଡ଼ିଓ କନଫରେନସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତ ଗୁଡ଼ିକର ସରପଂଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ତୁରନ୍ତ ଏହି ଅନୁଦାନ ମଞ୍ଜୁର ହୋଇଥିବାବେଳେ ଜିଲାପାଳ ଅଜିତ୍‌ ମିଶ୍ର ପ୍ରକଳ୍ପଗୁଡ଼ିକୁ ପଢ଼ି ଶୁଣାଇଥିଲେ । ଏମ୍‌ପି ବଳଭଦ୍ର ମାଝୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ତତ୍‌କାଳ ଅନୁଦାନ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପଢନ୍ତୁ ;

ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ !

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ - 90%

90%

ସଦର ମହକୁମାଠାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ଗୁରୁବାର ସରପଞ୍ଚ ଅଗନ୍ତା ପ୍ବବାରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ - 88%

88%
89%

Very Good!

‘ଆମ ଗାଁ ଆମ ବିକାଶ’ ଯୋଜନା : ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ । ସଦର ମହକୁମାଠାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ଗୁରୁବାର ସରପଞ୍ଚ ଅଗନ୍ତା ପ୍ବବାରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ପଞ୍ଚାୟତରେ ୧୧ଟି ପ୍ରକଳ୍ପ ନିମନ୍ତେ ଅନୁଦାନର ଆବଶ୍ୟକତା ଥିବା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

No Votes Yet

You're not rated yet