POLITICALS

ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ

By Krishna Kumar Manoj

August 29, 2018

ପୂର୍ବତନ ଆଏଏସ୍ ଅଫିସର ତଥା ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅମର ଶଙ୍ଖ ଧରିଛନ୍ତି। ଅମରଙ୍କୁ ବିଜେଡି ଦଳର ଆଇଟି ସେଲ୍ର ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଦାୟିତ୍ୱ ଦେଇଛି।

ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ସ୍ୱାଗତ କରି କହିଛନ୍ତି ଯେ, ତାଙ୍କର ମିଶ୍ରଣ ଦ୍ୱାରା ଦଳ ଅଧିକ ସୁଦୃଢ଼ ହେବ।ଅମରଙ୍କର ବହୁ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି।

ଅପରପକ୍ଷରେ ଅମର କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ଓ ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଦୀର୍ଘବର୍ଷ ଧରି ବିଜୁ ପଟ୍ଟନାୟକ ସହ ଥିବାବେଳେ ତାଙ୍କର ପ୍ରେରଣା ପାଇଛି। ଆଇଟି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି। ତେଣୁ ଦଳ ପାଇଁ ତାକୁ ଉପଯୋଗ କରିବେ ବୋଲି ଅମର କହିଛନ୍ତି।

ସୂଚନାଯୋଗ୍ୟ,ଅମର ଦୀର୍ଘ ବର୍ଷ ଧରି ଓଡ଼ିଶାରେ ରହୁଥିଲେ। ୨୦୧୫ ମସିହାରେ ତାଙ୍କର କେରଳକୁ ବଦଳି ହୋଇଥିଲା। ତେବେ ୯ ବର୍ଷ ଚାକିରି ଥାଇ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ।

ପଢନ୍ତୁ;ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର