ଚେହେରାର ଚମକ ବଢାଇଥାଏ କଦଳୀ ଚୋପା! ଜାଣନ୍ତୁ ଏହାର ବିଭିନ୍ନ ଗୁଣ ସମ୍ପର୍କରେ

ଆମେ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ। ହୁଏତ ଆପଣ ଜାଣି ନ ଥିବେ କଦଳୀଠାରୁ କଦଳୀ ଚୋପା ଅଧିକ ଲାଭଦାୟକ ଅଟେ। ସ୍ବାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ କଦଳୀ ଚୋପା ବହୁତ ଦରକାରୀ।

ଆସନ୍ତୁ ଜାଣିବା କଦଳୀ ଚୋପାର ଫାଇଦା ସମ୍ପର୍କରେ-

  • କଦଳୀ ଚୋପାରେ ସେରୋଟୋନିନ୍‌ ରହିଛି। ଯାହା ଆମକୁ ଭଲ ଅନୁଭବ କରାଏ। ଆମ ମୁଡ୍‌ ଯେତେ ଖରାପ ଥିଲେ ମଧ୍ୟ ଏହା କିଛି ମିନିଟ୍‌ରେ ଠିକ୍‌ କରାଇଦିଏ। ୟୁନିଭର୍ସିଟି ଅଫ୍‌ ତାଇୱାନର ଏକ ଗବେଷଣା ଅନୁସାରେ ୩ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୨ଟି କଦଳୀ ଚୋପା ଖାଇବା ଫଳରେ ଶରୀରରେ ସେରୋଟୋନିନ୍‌ ହରମୋନର ମାତ୍ରା ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ।
  • ମୁହଁରେ ବ୍ରଣ ହୋଇଥିଲା କଦଳୀ ଚୋପାକୁ ଛୋଟ ଛୋଟ ଆକାରରେ କାଟି ମୁହଁରେ ଘଷନ୍ତୁ । ଏହାକୁ ୩୦ ମିନିଟ ରଖିବା ପରେ ଗରମ ପାଣିରେ ଟାୱେଲ ବୁଡାଇ ଭଲ ଭାବେ ପୋଛି ଦିଅନ୍ତୁ । ଏହାକୁ ଦିନରେ ଦୁଇ ଥର କରି ପାରିବେ । ଏପରି କରିବା ଦ୍ୱାରା ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଯିବ।
  • ପାଚିଲା କଦଳୀ ଚୋପା ଅପେକ୍ଷା କଞ୍ଚା କଦଳୀ ଚୋପା ଅଧିକ ଲାଭଦାୟକ ଅଟେ। କଦଳୀ ଚୋପା ରକ୍ତ ସଫା କରିବାରେ ସାହାଯ୍ୟ କରେ। ଏହା କୋଷ୍ଠକାଠିନ୍ୟ ରୋଗ ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।
  • କଦଳୀ ଚୋପା ସ୍ବାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ ବହୁତ ଭଲ। ଏହା ଚେହେରାରୁ ବ୍ରଣ ଦୂର କରିବା ସହିତ ତ୍ବଚାକୁ କୋମଳ କରେ। ଏହାବ୍ୟତୀତ ଦାଗ, ରିଙ୍କଲ୍ସ ଏବଂ ବ୍ରଣକୁ ମୂଳରୁ ଶେଷ କରିବା ସହ ତ୍ବଚାର ରଙ୍ଗରେ ଚମକ ଆଣେ।

ପଢନ୍ତୁ;ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ମୁହଁରେ ବ୍ରଣ ହୋଇଥିଲା କଦଳୀ ଚୋପାକୁ ଛୋଟ ଛୋଟ ଆକାରରେ କାଟି ମୁହଁରେ ଘଷନ୍ତୁ । - 4.2

84%

କଦଳୀ ଚୋପା ସ୍ବାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ ବହୁତ ଭଲ। ଏହା ଚେହେରାରୁ ବ୍ରଣ ଦୂର କରିବା ସହିତ ତ୍ବଚାକୁ କୋମଳ କରେ। - 4.5

89%
4.3/5

Very Good!

ଚେହେରାର ଚମକ ବଢାଇଥାଏ କଦଳୀ ଚୋପା! ଜାଣନ୍ତୁ ଏହାର ବିଭିନ୍ନ ଗୁଣ ସମ୍ପର୍କରେ

ଆମେ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ। ହୁଏତ ଆପଣ ଜାଣି ନ ଥିବେ କଦଳୀଠାରୁ କଦଳୀ ଚୋପା ଅଧିକ ଲାଭଦାୟକ ଅଟେ। ସ୍ବାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ କଦଳୀ ଚୋପା ବହୁତ ଦରକାରୀ।

No Votes Yet

You're not rated yet