LIFESTYLE

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ଶୋଇବା ଦ୍ଵାରା ଆମର ଥକାପଣ ଦୂର ହୋଇଥାଏ। ନିଦ୍ରା ସମ୍ପୂର୍ଣ ନହେଲେ ଶରୀରରେ ଅନେକ ରୋଗ ଦେଖାଦେଇଥାଏ। ଶୋଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଶୋଇବା ସମୟରେ ଆପଣ ଯେଉଁ ମୁଦ୍ରାରେ ଶୋଇବେ ଶରୀରରେ ତାହାର ବହୁତ ପ୍ରଭାବ ପଡ଼େ। ଆପଣ ଶୋଇବା ସମୟରେ ଯେଉଁ ପଟେ କଡ଼ ଲେଉଟାଇ ଶୁଅନ୍ତି ସେହିପରି ଭାବେ ଆପଣଙ୍କ ଅଙ୍ଗ ଓ ମସ୍ତିସ୍କରେ ପ୍ରଭାବ ପଡ଼େ। ଶୋଇବା ସମୟରେ ଏପଟ ସେପଟେ ହେବା ସ୍ୱଭାବିକ କଥା।

ଆସନ୍ତୁ ଜାଣିବା କେଉଁ କଡ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ-

ଯେଉଁମାନେ ରାତିରେ ଶୋଇବା ସମୟରେ ସିଧା ଶୁଅନ୍ତି ତାଙ୍କୁ ନିଶ୍ୱ୍ୱାସ ନେବାରେ କଷ୍ଟ ହୁଏ। ଏହାସହ ସିଧା ଶୋଇବା ଶ୍ୱାସ ରୋଗ ରୋଗୀଙ୍କ ପାଇଁ ବିପଦଜନକ। ଏଥିପାଇଁ ଏପରି ରୋଗୀଙ୍କୁ ବାମ କଡ଼ ଲେଉଟାଇ ଶୋଇବା ଉଚିତ୍। ଡାକ୍ତରଙ୍କ କହିବା ଅନୁସାରେ ଶରୀରରେ ଯେଉଁ ବିଷାକ୍ତ ପଦାର୍ଥ ଥାଏ ବାମ କଢ଼ ଲେଉଟାଇ ଶୋଇବା ଦ୍ୱାରା ଧୀରେ ଧୀରେ ବହାରି ଯାଏ । ବାମ କଡ଼ ଲେଉଟାଇ ଶୋଇବା ଦ୍ୱାରା ଆମ ଯକୃତରେ କୌଣସି ଚାପ ପଡ଼ ନାହିଁ । ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସଫଳ ହୁଏ।

ବାମ କଡ଼ ଲେଉଟାଇ ଶୋଇବା ଦ୍ଵାରା ଅନେକ ଲାଭ ମିଳିଥାଏ। ଏମିତି ଶୋଇବା ଦ୍ଵାରା ପେଟ ଫୁଲିବା ସମସ୍ୟା, ଗ୍ୟାସ ସମସ୍ୟା ଓ ଏସିଡ଼ିସଟି ସମସ୍ୟା ଦୂର ହୁଏ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଖାଦ୍ୟ ଭଲରେ ହଜମ ହେଉ ତେବେ ଆପଣ ବାମ କଡ଼ ଲେଉଟାଇ ଶୁଅନ୍ତୁ।

ଯକୃତର ଆମ ଶରୀରରୁ ଅନବାଶ୍ୟକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। ଏଥିପାଇଁ ଖାଇବା ସମୟରେ ହି ଆଭ୍ୟନ୍ତରୀଣ ଅଙ୍ଗ ଗୁଠିକ ଅଧିକ ଚାପ ଦେବା କଥା ନୁହେଁ । ଏପରିକି ଗର୍ଭାବସ୍ଥାରେ ବାମ କଡ଼ ଲେଉଟାଇ ଶୋଇଲେ ଆରାମ ମିଳେ । ଯାହାଦ୍ୱାରା ଗର୍ଭବତୀ ନାରୀଙ୍କୁ ମାଂସପେଶୀ ଓ ପୀଠଇ ଯନ୍ତ୍ରଣାରୁ ରକ୍ଷା ମିଳେ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ଶନିବାର କେଉଁ ସବୁ କାମ କଲେ ଶନି ଦେବଙ୍କ କୃପା ମିଳେ ଜାଣନ୍ତୁ ?

Related posts

କଥା କଥାରେ କାନ୍ଦୁଥିବା ଝିଅଙ୍କ ପାଖରେ ରହିଥାଏ ଏହି ସବୁ ଗୁଣ !

ENO Beuro

ଶୀତରେ ଗୋଡ଼ ଫାଟୁଛିକି ? ଜାଣିରଖନ୍ତୁ ଏହି ସମସ୍ୟା ଦୂର କରିବାପାଇଁ କିଛି ଟିପ୍ସ

ENO Beuro

ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

Leave a Comment