LIFESTYLE

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ

By Krishna Kumar Manoj

March 13, 2018

ପିଆଜରେ ଅନେକ ଫାଇଦା ଅଛି । ବିଶେଷ କରି ପୁରୁଷମାନଙ୍କ ପାଇଁ ବେସ ଉପଯୋଗୀ ପିଆଜ ।ପୁରୁଷମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିଆଜ ଖାଇବାଦ୍ୱାରା ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଦୂର ହୋଇଥାଏ । ଏହି ସହିତ ଅନେକ ପ୍ରକାର ସଂକ୍ରମିତ ରୋଗରୁ ମଧ୍ୟ ଶରୀରକୁ ସୁରକ୍ଷା ମିଳିଥାଏ  । ପିଆଜ ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଆସନ୍ତୁ ଜାଣିବା ।

ପୁରୁଷମାନଙ୍କର କି ଫାଇଦା ମିଳିଥାଏ ଜାଣନ୍ତୁ :-

ଗୋଟିଏ ଚାମଚ ପିଆଜ ରସ, ଗୋଟିଏ ଚାମଚ ଅଦା ରସ ମିଶାଇ ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟାରେ ପିଅନ୍ତୁ । ଏହାଦ୍ୱାରା ଥକାପଣ, ଦୁର୍ବଳତା ଏବଂ ଅନ୍ୟାନ୍ୟ ସମସ୍ୟାମାନ ମଧ୍ୟ ଦୂର ହୋଇଥାଏ ।

ପିଆଜକୁ କାଟି ତାକୁ ଘିଅରେ ହାଲକା ଭାବେ ଜାରି ଦିଅନ୍ତୁ ଏବଂ ତାକୁ ମହୁ ସହିତ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ସେବନ କରନ୍ତୁ । ଶରୀରକୁ ଶକ୍ତି ମିଳିଥାଏ ।

ପ୍ରଥମେ ପିଆଜ ରସକୁ ପାଣିରେ ଫୁଟାଇ ଦିଅନ୍ତୁ ।  ଫୁଟି ସାରିବା ପରେ ଗୋଟିଏ ଗ୍ଲାସ୍ ରେ ଫୁଟା ପାଣି ସହ  ଦୁଇ ଚାମଚ ମହୁ ମିଶାଇ ତାକୁ ସେବନ କରନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ।

ଧଳା ପିଆଜ ରସରେ ଦୁଇ ଚାମଚ ମହୁ ମିଶାଇ ପିଇବାଦ୍ୱାରା ଦୁର୍ବଳତା ଦୂର ହୋଇଥିବା ସହ ଶରୀରକୁ ମଧ୍ୟ ଶକ୍ତି ମିଳିଥାଏ ।

ପଢନ୍ତୁ ;

ଓଡିଆ ପୁଅର କମାଲ : ‘ରାଇଜିଂ ଷ୍ଟାର୍‌’ ଶ୍ରେଷ୍ଠ ୧୦ରେ ଶଶାଙ୍କ ଶେଖର