News

ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

Amazon Prime Day

ଆମାଜନ.ଇନ୍‌  ଏବେ ଭାରତରେ ଏକ ନୂଆ ସେବା ବା ସର୍ଭିସ ଦେବା ପାଇଁ ଯାଉଛି । ଅନ୍‌ଲାଇନ୍‌ ଅର୍ଡର ବା କ୍ରୟ କରାଯାଇଥିବା ଜିନିଷ ମାତ୍ର ୨ ଘଣ୍ଟାରେ ଘରେ ପହଞ୍ଚିବ । ଏହାକୁ ଆମାଜନ୍‌ ଫ୍ରେସ ଷ୍ଟୋର ନାମ ଦିଆଯାଇଛି ।  ସକାଳ ୬ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଏହି ସେବା ଆମାଜନ୍‌.ଇନ୍‌ର ଉପଲବ୍ଧ ହେବ । ଏହି ସର୍ଭିସ ଆଧାରରେ ଅର୍ଡର କରିବାର ୨ଘଂଟା ଭିତରେ ଆପଣ ଆପଣଙ୍କ ମନପସନ୍ଦର ଜିନିଷ ପାଇପାରିବେ । କିନ୍ତୁ ଏଥିରେ କେବଳ ଆପଣ ଗ୍ରୋସରି ଓ ଖାଦ୍ୟ ସାମଗ୍ରୀ ଯଥା ଫଳ,ପନିପରିବା, କ୍ଷୀର ଜାତୀୟ ଦ୍ରବ୍ୟ, ମାଂସ,ଆଇସକ୍ରିମ,ପ୍ୟାକେଟ ଖାଦ୍ୟ, ପର୍ସନଲ କେୟାର ଓ ହୋମକେୟାର ସମାଗ୍ରୀ ହିଁ ମଗାଇପାରିବେ । ଏହାଛଡା ଅନ୍ୟ ଜିନିଷ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ ।

ଆମାଜନ୍‌ ପ୍ରାଇମ୍‌ ଗ୍ରାହକଙ୍କ ପାଇଁ ପ୍ରଥମେ ଏହା କେବଳ ଦିଲ୍ଲୀ, ଏନ୍‌ସିଆର୍‌, ମୁମ୍ବଇ, ବେଙ୍ଗାଲୁର ଓ ହାଇଦ୍ରାବାଦରେ ଉପଲବ୍ଧ ହେବ । ଆମାଜନ୍‌ର କାଟେଗୋରୀ ମ୍ୟାନେଜ୍‌ମେଣ୍ଟ ଡାଇରେକ୍ଟର ସିଦ୍ଧାର୍ଥ ନାମ୍ବିୟାର ଏ ବିଷୟରେ ସୂଚନା ଦେଇଛନ୍ତି । ଏବେ ଆମାଜନ୍‌ ଗ୍ରାହକ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆମଜନ୍‌ରୁ କ୍ରୟ କରି ମାତ୍ର ୨ ଘଣ୍ଟା ମଧ୍ୟରେ ଏହାକୁ ପାଇ ପାରିବେ ।ଏହାକୁ ବେଙ୍ଗାଲୁରରେ ପ୍ରଥମେ ଲଞ୍ଚ କରାଯିବ । ୬୦୦ ଟଙ୍କାରୁ ଅଧିକ କ୍ରୟରେ ଡେଲିଭରି ଚାର୍ଜ ଲାଗିବ ନାହିଁ । ଏହାଠାରୁ କମ୍‌ର କ୍ରୟ ଉପରେ ୨୯ ଟଙ୍କା ଡେଲିଭରୀ ଚାର୍ଜ ଲାଗିବ ।

ପଢନ୍ତୁ: ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବନ୍ଧୁ ବାଳକୃଷ୍ଣ

Related posts

ଆନ୍ଧ୍ରପ୍ରଦେଶର ବିଶାଖାପଟଣାରେ ଭୋଟ ଦେଲେ ବହୁ ପ୍ରବାସୀ ଓଡ଼ିଆ

Ratnamani Moharana

ଆଜି ବି ୧୩ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ENO Beuro

ସାବିତ୍ରୀବ୍ରତରେ ବଡ ଅଘଟଣ:ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀଙ୍କ ମୃତ

ENO Beuro

2 comments

ଜନ୍ମାଷ୍ଟମୀରେ ବଂଶୀ ବଜାଇଲେ ମହେନ୍ଦ୍ର ସିଂହ ଧୋନି August 24, 2019 at 3:13 pm

[…] ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା… […]

ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା August 24, 2019 at 4:34 pm

[…] ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା… […]

Leave a Comment