SPORTS

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଅମ୍ବାତି ରାୟୁଡୁ

Untitled 1

ଟିମ୍‌ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି । ପ୍ରଥମେ ଶିଖର ଧାୱନ  ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିଲେ ପୁଣି ପରେ ବିଜୟଶଙ୍କର  ଆହତ ହୋଇ ବାଦ୍‌ ପଡ଼ିଛନ୍ତି । ଠିକ୍‌ ସେହିଭଳି ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡୁ  ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ବିଶ୍ୱକପ୍‌ ପୂର୍ବରୁ ରାୟୁଡୁ ଟିମ୍‌ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ୧୫ ଜଣିଆ ସ୍କ୍ୱାଡ୍‌ରୁ ରାୟୁଡୁଙ୍କୁ ବିସିସିଆଇ ବାଦ୍‌ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ବିସିସିଆଇ ରାୟୁଡୁଙ୍କୁ ବ୍ୟାକଅପ୍‌ ଭାବେ ରଖିଥିଲା। ଶିଖର ଧୱନ ଓ ବିଜୟ ଶଙ୍କର ଆହତ ହେବା ପରେ ରାୟୁଡୁ ଇଂଲଣ୍ଡ ଗସ୍ତ କରିବାର ସୁଯୋଗ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ବିସିସିଆଇ ଧୱନଙ୍କ ବଦଳରେ ରିଷଭ ପନ୍ତ ଓ ଶଙ୍କରଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି କାରଣ ପାଇଁ ରାୟୁଡୁ କ୍ରୋଧିତ ହୋଇ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଚର୍ଚ୍ଚା ହେଉଛି।

୩୩ ବର୍ଷୀୟ ଅମ୍ବାତି ରାୟଡୁ ୨୦୧୩ରେ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଏବଂ ୫୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୪୭.୦୫ ଆଭରେଜରେ ୧୬୯୪ ରନ୍ ହାସଲ କରିଛନ୍ତି । ଯେଉଁଥିରେ ୩ଟି ଶତକ ସହ ୧୦ଟି ଅର୍ଦ୍ଦଶତକ ମଧ୍ୟ ସାମିଲ ରହିଛି ।ଏହାସହ ୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଅମ୍ବାତି ରାୟଡୁ ୨୦୧୯ ମାର୍ଚ ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।

ପଢନ୍ତୁ: କ୍ରିକେଟ ବିଶ୍ବକପ୍-୨୦୧୯ର ସେମିଫାଇନାଲ​ରେ ଭାରତ

Related posts

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

ପର୍ଥ ଟେଷ୍ଟ: ଭାରତ ୧୪୬ ରନରେ ପରାସ୍ତ

ENO Beuro

ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର!

ENO Beuro

Leave a Comment