News

ଟ୍ରକକୁ ପଛପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ,ଜଣେ ମୃତ

୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ  ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେଇଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

108

ମିଳିଥିବା ସୂଚନା ଅନୁସାରେ,୧୦୮ ଆମ୍ବୁଲାନ୍ସ ବାଲିଆପାଳ ହସପିଟାଲରୁ ଜଣେ ହାଟ୍‌ ରୋଗୀକୁ ନେଇ ବାଲେଶ୍ୱର ଆସୁଥିବାବେଳେ ହଲଦୀପଦ ନିକଟରେ ଛିଡ଼ାହୋଇଥିବା ଏକ ଟ୍ରକକୁ ପଛପଟୁ ଧକା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରୋଗୀଙ୍କ ସମ୍ପକ୍ରୀୟ ଅନ୍ୟ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଆମ୍ବୁଲାନ୍‌ସ ଡ୍ରାଇଭର ଶ୍ରୀ ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ପଢନ୍ତୁ; ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଅଣ୍ଡା ପକୋଡା

Related posts

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

ENO Beuro

ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

ENO Beuro

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More