POLITICALS

କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କଲେ ଆମେରିକା,ଚୀନ୍‌, ଋଷ୍‌

Ruse 750x430

ପାକିସ୍ତାନକୁ ପୁଣି ଝଟକା। କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲା ମିଳିତ ଜାତିସଂଘ । ୩୭୦ ଧାରାକୁ ନେଇ ବର୍ତ୍ତମାନ ଭାରତକୁ ସମର୍ଥନ କଲେ ଆମେରିକା,ଚୀନ୍‌, ଋଷ୍‌।  ରୁଷ୍ ଏନେଇ କହିଛି ଯେ,  ଜମ୍ମୁ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ଭାରତର ସମ୍ବିଧାନ ପରିସରରେ ରହିଛି ।  ତେଣୁ ଭାରତର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ରୁଷ୍ କହିଛି ।

Ghj Copy

ତେବେ ଭାରତ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଋଷିଆ ଆଶା ବ୍ୟକ୍ତ କରିଛି।

ଗତ ଶୁକ୍ରବାର ଚୀନ ମଧ୍ୟ ଭାରତ ଓ ପାକିସ୍ତାନ ନିଜ ନିଜର ବିବାଦଗୁଡ଼ିକୁ ସମାଧାନ କରିବା ଲାଗି ଆଲୋଚନା କରିବା ଉଚିତ ବୋଲି କହିଥିଲା। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ସହାୟତା ପାଇଁ ବେଜିଂ ଗସ୍ତ କରିବା ପରେ ଚୀନ ପକ୍ଷରୁ ଏହା କୁହାଯାଇଛି। କିନ୍ତୁ ଚୀନ ଏହି ପ୍ରସଙ୍ଗରେ ମୁଣ୍ଡ ପୂରାଇବ ନାହିଁ ବୋଲି ମନା କରିଦେଇଛି। ସେହିପରି ସାଉଦି ଆରବ  ମଧ୍ୟ ଏହା ଭାରତ ବ୍ୟକ୍ତିଗତ ମାମଲା କହି ଏଥିରେ ହସ୍ତକ୍ଷେପ କରିବ ନାହଁ ବୋଲି ସ୍ପଷ୍ଟ ମନା କରିଦେଇଥିଲା। ଏବେ 370 ନେଇ ଋଷ୍‌ର ସମର୍ଥନ ମିଳିଛି ଭାରତକୁ ।

ପଢନ୍ତୁ: ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବାପରେ ପାକିସ୍ତାନରେ ଟମାଟୋ କିଲୋ ୩୦୦ ଟଙ୍କା

Related posts

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ଫ୍ଲାଇଂ ସ୍କ୍ବାର୍ଡକୁ ମାଡ ମାରିବା ଘଟଣାରେ ଆଜି ହେବ ପ୍ରଦୀପ ମହାରଥୀଙ୍କ ଜାମିନ୍ ଶୁଣାଣି

Ratnamani Moharana

ରାମ ମନ୍ଦିର ପାଇଁ ସୁନା ଇଟା ଯାଚିଲେ ମୋଗଲ ବଂଶଜ

Ratnamani Moharana

Leave a Comment