POLITICALS

କାଶ୍ମୀରରେ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆମେରିକାର ବୟାନ୍

Untitled 1

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ନେଇ ସଂସଦରେ ବିଲ୍ ଆଣିବା ପରେ ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ ଆମେରିକା ସମେତ ଚୀନ, ଫ୍ରାନ୍ସ, ରୁଷିଆ ଏବଂ ବ୍ରିଟେନକୁ ଜଣାଇ ଦିଆଯାଇଛି। ଏଥିସହ ପ୍ରାୟ ୨୦ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏହି ଐତିହାସିକ ନିଷ୍ପତି ବାବଦରେ ଜଣାଇଦିଆଯାଇଛି । ଭାରତ ଏସମ୍ପର୍କରେ ଜଣାଇଥିବା କଥା ଆମେରିକା  ବି ସ୍ୱୀକାର କରିଛି ।ଆମେରିକା ଗୃହ ବିଭାଗର ମୁଖପାତ୍ର ମୋର୍ଗାନ  କହିଛନ୍ତି ଭାରତ କାଶ୍ମୀର ସମ୍ପର୍କରେ ନେଇଥିବା ନିଷ୍ପତି ଏହାର ଆଭ୍ୟନ୍ତରୀଣ ବ୍ୟାପାର । ଭାରତର ଏହି ନିଷ୍ପତି ପରେ ପାକିସ୍ତାନ ଜାତିସଂଘର ଦ୍ଵାରସ୍ଥ ହେବାନେଇ ସୂଚନା ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋର୍ଗାନଙ୍କ ଏହି ପ୍ରତିକ୍ରିୟାରେ କିନ୍ତୁ ପାକିସ୍ତାନର ଉଦବେଗ ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ ।

ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ଆମେରିକାର ନଜର

ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦକୁ ନେଇ କୌଣସି ଆପତ୍ତି ଉଠାଇନି ୟୁଏସ୍ଏ। ତେବେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ବୈଦଶିକ ବିଭାଗ ମୁଖପାତ୍ର ମର୍ଗାନ ଅର୍ଟାଗସ। ଜମ୍ମୁ-କଶ୍ମୀର ବାସୀଙ୍କ ଅଧିକାରକୁ ସମ୍ମାନ ଏବଂ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ଲାଇନ୍‌ ଅଫ୍‌ କଣ୍ଟ୍ରୋଲରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ କହିଛି ଆମେରିକା।
ପଢନ୍ତୁ: ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା ଗିରଫ

Related posts

କଂଗ୍ରେସକୁ ଆଉ ଏକ ଝଟକା: ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Ratnamani Moharana

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

Ratnamani Moharana

ବିବାଦ ପରେ ବି ଜିତିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Ratnamani Moharana

2 comments

Leave a Comment