News

ଭାରତକୁ ଚେତାବନୀ ଦେଲା ଆମେରିକା

Aa

ରୁଷ  ଠାରୁ ପ୍ରାୟ ୪୦,୦୦୦ କୋଟି ଟଙ୍କା ବ୍ୟୟରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବାକୁ ଭାରତ  ପୂର୍ବରୁ ଚୁକ୍ତି କରିଥିଲାବେଳେ ଏବେ ଆମେରିକା ଏନେଇ ଭାରତକୁ ପୁଣି ଚେତାବନୀ ଦେଇଛି। ଆମେରିକା କହିଛି କି ଭାରତ ଏହି ଚୁକ୍ତିକୁ କାର୍ଯ୍ୟକାରୀ କଲେ, ତାହା ଆମେରିକା ସହିତ ତାର ପ୍ରତିରକ୍ଷା ସଂପର୍କକୁ ପ୍ରଭାବିତ କରିବ। ରୁଷ ଓ ଇରାନ ଭଳି ଆମେରିକାର ଶତ୍ରୁ ଦେଶଙ୍କ ଠାରୁ ବିପୁଳ ପରିମାଣରେ ଇନ୍ଧନ ତୈଳ ଓ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିବା ଦେଶମାନଙ୍କ ଉପରେ କଟକଣା ଲଗାଇବାକୁ ସେଥିରେ ବ୍ୟବସ୍ଥା ରହିଛି। ଯଦି ଭାରତ ଏହି ଅସ୍ତ୍ର କିଣିବ ତେବେ ଆମେରିକା ଏହା ଉପରେ କଟକଣା ଜାରି କରିବ।

ସୂଚନାଯୋଗ୍ୟ, ରୁଷ ଠାରୁ ଭାରତ ଯେଉଁ ୫ଟି ଏସ-୪୦୦ ଅସ୍ତ୍ର  ପ୍ରଣାଳୀ କ୍ରୟ କରିବାକୁ ଯାଉଛି, ତାହାକୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭାବେ ବିବେଚନା କରାଯାଏ। ଏହି ପ୍ରଣାଳୀ ୬୦୦ କିମି ଦୂରତା ଭିତରେ ଶତ୍ରୁ ଯୁଦ୍ଧ ବିମାନ, ଡ୍ରୋନ, ଗୁଇନ୍ଦା ବିମାନ ଓ ମିସାଇଲର ଗତିବିଧି ଉପରେ ନଜର ରଖିପାରିବ। ତେଣୁ ଭାରତ ପାଇଁ ଏହା କିଣିବା ଅପରିହାର୍ଜ୍ୟ ହୋଇପଡିଛି।

ପଢନ୍ତୁ: କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Related posts

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

ପ୍ରସ୍ତୁତ କରନ୍ତୁ ଚିଲି କାବୁଲି ଚଣା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

ENO Beuro

Leave a Comment